For Quick Alerts
Turn On Notification  
For Daily Alerts
Oneindia App Download

ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ଫଳାଫଳ : ଶିବସେନାର ବାଜିମାତ୍, ବିଜେପି ରହିଛି ଦ୍ୱିତୀୟ ସ୍ଥାନରେ

ମଙ୍ଗଳବାର ସକାଳ ସୁଦ୍ଧା ଆସିଥିବା ନିର୍ବାଚନ ଫଳାଫଳ ଅନୁଯାୟୀ ଶିବସେନା 3113 ସିଟ୍‌ରେ ବିଜୟ ହାସଲ କରିଛି । ସେହିଭଳି ବିଜେପି 2632 ସିଟ୍‌ରେ ବିଜୟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି ।

|

Maharashtra Panchayat Election result 2021 : ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପରି ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନରେ ​​ବିଜେପି ସଫଳତା ହାସଲ କରିପାରିନାହିଁ । ଏ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଦର୍ଶାଉଛି କି କେବଳ ରାଜ୍ୟରେ ଶାସକ ମହା ବିକାଶ ଅଘାଡ଼ି (Maha Vikas Aghadi)ନୁହେଁ, କେବଳ ଶିବସେନା ସମର୍ଥିତ ପ୍ରାର୍ଥୀ ମାନେ ବିଜେପି ଠାରୁ ବିପୁଳ ବ୍ୟବଧାନରେ ଆଗୁଆ ଅଛନ୍ତି । ଶିବସେନାର ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଯଦି ଏହି ତିନିଦଳର ସଫଳତାକୁ ଏକାଠି କରାଯାଏ, ତେବେ ବିଜେପି ବହୁ ପଛରେ ପଡିଥିବା ଜଣାପଡିଛି । ଉଲ୍ଲେଖନୀୟ ବିଷୟ ହେଉଛି, ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର 34 ଟି ଜିଲ୍ଲାର 14,000 ଗ୍ରାମରୁ ଅଧିକ ପଞ୍ଚାୟତରେ ନିର୍ବାଚନ କରିଛନ୍ତି, ଯାହାର ଭୋଟ୍ ଗଣନା ସୋମବାର ସକାଳ 9 ଟାରୁ ଜାରି ରହିଛି ।

ସୂଚନାଯୋଗ୍ୟ ମହାରାଷ୍ଟ୍ରର 34 ଜିଲ୍ଲାର ମୋଟ 14ହଜାର 234 ଆସନରେ ନିର୍ବାଚନ ହୋଇଥିଲା । ତେବେ ଏହାର ଫଳାଫଳ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ଆସିଥିବା ନିର୍ବାଚନ ଫଳାଫଳ ଅନୁଯାୟୀ ଶିବସେନା 3113 ସିଟ୍‌ରେ ବିଜୟ ହାସଲ କରିଛି । ସେହିଭଳି ବିଜେପି 2632 ସିଟ୍‌ରେ ବିଜୟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଏନସିପି 2400, କଂଗ୍ରେସ 1823, ମନସେ 36 ଏବଂ ନିର୍ଦଳୀୟ ପ୍ରାର୍ଥୀମାନେ 2344 ସିଟ୍‌ରେ ବିଜୟୀ ହୋଇଛନ୍ତି ।

Maharashtra-Panchayat-election

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଚାଲୁଥିବା ମେଣ୍ଟ ସରକାର ପାଇଁ ଏହି ନିର୍ବାଚନ ଚ୍ୟାଲେଞ୍ଜିଂ ଥିଲା । ଏହି ନିର୍ବାଚନରେ ବିପୁଳ ସଫଳତା ମଧ୍ୟ ହାସଲ କରିଛି ମହାମେଣ୍ଟ । ଶିବସେନା, କଂଗ୍ରେସ ଏବଂ ଏନସିପି ମିଳିତ ଭାବେ ପ୍ରାୟ 7 ହଜାରରୁ ଅଧିକ ଆସନରେ ବିଜୟ ଲାଭ କରିଛନ୍ତି । କିନ୍ତୁ, ବିଜେପି ଦାବି କରିଛି ଯେ, ଦଳ ସମର୍ଥିତ ଅନେକ ନିର୍ଦଳୀୟ ପ୍ରାର୍ଥୀ ବୃହତ ବିଜୟ ହାସଲ କରିଛନ୍ତି ।

ନିର୍ବାଚନରେ ଶିବସେନାର ଭଲ ପ୍ରଦର୍ଶନ ପରେ ବିଜେପିକୁ ଟାର୍ଗେଟ୍ କରି ପ୍ରତିକ୍ରିୟା ରଖି କହିଛି ଯେ, ରାଜ୍ୟରେ ବିଜେପିକୁ ସିବିଆଇ, ଇଡି ଏବଂ ଆଇଟି ବିଭାଗ ଆଦି ବିଜୟୀ କରାଇପାରିବେ ନାହିଁ ବୋଲି ବିଜେପି ବୁଝିବା ଆବଶ୍ୟକ । ଏଥିସହିତ ବିଜେପି ରାଜ୍ୟରେ ମହା ବିକାଶ ଅଘାଡୀକୁ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଶିବସେନା ଅଭିଯୋଗ କରିଛି । କିନ୍ତୁ ମହାରାଷ୍ଟ୍ରର ଭୋଟର ଏହାର କଡ଼ା ଜବାବ ବିଜେପିକୁ ଦେଇଛନ୍ତି ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।

Maharashtra-Panchayat-election

ଟ୍ରେଣ୍ଡରେ ବହୁ ଆଗୁଆ ଶାସକ ମହାମେଣ୍ଟ

ଖବର ଲେଖା ସୁଦ୍ଧା ଆସିଥିବା ଫଳାଫଳ ଅନୁଯାୟୀ ଶିବସେନା ସମର୍ଥିତ ପ୍ରାର୍ଥୀମାନେ ସର୍ବାଧିକ ଆସନରେ ବିଜୟୀ ହୋଇ ଆଗୁଆ ଅଛନ୍ତି । ଏପର୍ଯ୍ୟନ୍ତ, 14,234 ଟି ସିଟ୍ ମଧ୍ୟରୁ ଶିବସେନା ସମର୍ଥିତ ପ୍ରାର୍ଥୀମାନେ 3113 ଟି ଆସନରେ ଆଗୁଆ ଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀମାନେ ମାତ୍ର 2632 ଟି ଆସନରେ ଆଗରେ ଅଛନ୍ତି । ଅନ୍ୟପକ୍ଷରେ, କ୍ଷମତାରେ ଥିବା ମହାରାଷ୍ଟ୍ରର ମହା ବିକାଶ ଆଘାଡି (MVA) ରେ କଂଗ୍ରେସକୁ ମିଳିଛି 1,823 ଏବଂ ଏନସିପି 1,207 ଟି ଆସନରେ ବିଜୟୀ ହୋଇଛି ।
ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ଗ୍ରାମପଞ୍ଚାୟତ ନିରବାଚନରେ ପ୍ରାର୍ଥୀମାନେ ଦଳର ନିର୍ବାଚନ ପ୍ରତୀକ ନେଇ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, କିନ୍ତୁ ସେମାନଙ୍କୁ ରାଜନୈତିକ ଦଳର ସମର୍ଥନ ରହିଥଆଏ । ଏହି ଉପାୟରେ ଯଦି ଶାସକ ଦଳର ତିନି ଦଳର ଫଳାଫଳ ଏକାଠି କରାଯାଏ, ତେବେ ବିଜେପି ସମର୍ଥିତ ପ୍ରାର୍ଥୀମାନେ ବହୁ ପଛରେ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Panchayat Election of Maharashtra : 2021, Shivsena leads, BJP in second position.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X