୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଲା ବିଜେପି

ଭୁବନେଶ୍ୱର: ବିଜେପି ମଙ୍ଗଳବାର ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ । ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଛନ୍ତି । ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ତାଲିକାର ପ୍ରଥମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ଥିବା ବେଳେ ଦ୍ୱିତୀୟ ବିଜେପି ରାଷ୍ଟ୍ରୀୟ ଅଧ୍‌ଯକ୍ଷ ଜେପି ନତାଙ୍କ ନାଁ ରହିଛି ।

bjp-releases-list-of-40-star-campaigners-for-odisha-

ଓଡ଼ିଶା ପାଇଁ ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ୧୦ ଜଣ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହି ସୂଚୀରେ ସାମିଲ ନେତାଙ୍କ ମଧ୍ୟରେ ରାଜନାଥ ସିଂ, ଅମିତ୍ ଶାହ, ନିତିନ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ସ୍ମୃତି ଇରାନୀ, ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ହିମନ୍ତ ବିଶ୍ୱଶର୍ମା, ବିଷ୍ଣୁଦେବ ସାଏ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସୁନିଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନ, ବିଜୟପାଲ ସିଂ ତୋମାର, ସୁଶ୍ରୀ ଲତା ଉସେଣ୍ଡୀଙ୍କ ନାଁ ରହିଛି ।

ସେହିପରି ସାନ୍ତନୁ ଠାକୁର, ବିଶ୍ୱେଶ୍ୱର ଟୁଡୁ, ଜୟ ନାରାୟଣ ମିଶ୍ର, ଜୁଏଲ୍ ଓରାମ, ପ୍ରତାପ (ବୃନ୍ଦ୍ର ଷଡ଼ଙ୍ଗୀ, କେଦାର ନାଥ କଶ୍ୟପ, ଅପରାଜିତା ଷଡଙ୍ଗୀ, ସମ୍ବିତ୍ର ପାତ୍ର, ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂ ଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଗୋଲକ ପ୍ରସାଦ ମହାପାତ୍ର, ପୁର୍ଣିମା କେରକେଟା, ଶାରଦା ପ୍ରସାଦ ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାନ୍ତି, ପିଙ୍କି ପ୍ରଧାନ, ଶ୍ରୀତମ ଦାସଙ୍କ ନାଁ ଏଥିରେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+