ଲୋକସଭା ନିର୍ବାଚନ ୨୦୨୪: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୮୮ଟି ଲୋକସଭା ଆସନ ପାଇଁ ପଡ଼ିବ ଭୋଟ୍

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ । ଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ପାଇଁ ପଡ଼ିବ ଭୋଟ । ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେବ ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶଶି ଥରୁର୍, ଅରୁଣ ଗୋବିଲ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ସେହିପରି ବିଜେପିର ହେମାମାଳିନୀ, ଓମ୍ ବିର୍ଲା, ଗଜେନ୍ଦ୍ରସିଂ ଶେଖାୱତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କେରଳର ସମସ୍ତ ୨୦ଟି ଆସନ, କର୍ଣ୍ଣାଟକର ୨୮ ଆସନରୁ ୧୪ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଆସାମ ଓ ବିହାରରେ ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଓ ଜମ୍ମୁ-କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବ ।

ଲୋକସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନ ପାଇଁ ମତଦାନ ହୋଇସାରିଛି । ଏଥିରେ ୬୫.୫ ପ୍ରତିଶତ ଭୋଟିଂ ହୋଇଛି ।

Lok Sabha Election 2024

କର୍ଣ୍ଣାଟକ ବେଙ୍ଗାଲୁରୁ ଆସନରୁ ବିଜେପିରୁ ତେଜସ୍ୱୀ ସୂର୍ଯ୍ୟା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟପ୍ରଦେଶ ଟିକମଗଡ ଆସନରୁ ବିଜେପିର ବିରେନ୍ଦ୍ର କୁମାର ଖଟିକ, କେରଳର ଅଲ୍ଲାପୁଝାରୁ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+