କଂଗ୍ରେସ ଉପରେ ବର୍ଷିଲେ ମୋଦୀ, କହିଲେ 'କଂଗ୍ରେସ ଲୁଟ୍ ଜୀବନ ସହିତ ବି ଏବଂ ଜୀବନ ପରେ ମଧ୍ୟ'
PM Modi: ବୁଧବାର କଂଗ୍ରେସ ନେତା ସାମ ପିତ୍ରୋଦା ବିବୃତ୍ତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଆପଣ ନିକ କଠିନ ପରିଶ୍ରମରେ ଯେଉଁ ସମ୍ପତ୍ତି ସଂଗ୍ରହ କରୁଛନ୍ତି, ତାହା ଆପଣଙ୍କ ପିଲାମାନଙ୍କୁ ମିଳିବ ନାହିଁ । କଂଗ୍ରେସ ତାହା ଛଡାଇ ନେବ । କଂଗ୍ରେସର ମନ୍ତ୍ର ହେଉଛି - କଂଗ୍ରେସର ଲୁଟ୍ ଜୀବନ ଥିବା ପର୍ଯ୍ୟନ୍ତ ଏବଂ ଜୀବନ ପରେ ମଧ୍ୟ...।

ଛତିଶଗଡର ସୁରଗୁଜାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆପଣ ଯେତେ ଦିନ ବଞ୍ଚିଛନ୍ତି ସେତେ ଦିନ ପର୍ଯ୍ୟନ୍ତ କଂଗ୍ରେସ ଆପଣଙ୍କୁ ଅଧିକ ଟିକସ ନେବ ଏବଂ ମୃତ୍ୟୁ ପରେ ଆପଣଙ୍କ ସମ୍ପତ୍ତି ଉପରେ Inheritance Tax ଲଗାଇଦେବ । ଯେଉଁମାନେ ସମଗ୍ର କଂଗ୍ରେସକୁ ସେମାନଙ୍କର ପୈତୃକ ସମ୍ପତ୍ତି ଭାବି ଏବଂ ଏହାକୁ ନିଜ ପିଲାମାନଙ୍କୁ ଦେଇଦେଇଛି, ବର୍ତ୍ତମାନ ସେମାନେ ଚାହୁଁ ନାହାଁନ୍ତି ଯେ ଭାରତୀୟମାନେ ସେମାନଙ୍କର ସମ୍ପତ୍ତି ସେମାନଙ୍କ ଛୁଆମାନଙ୍କୁ ଦିଅନ୍ତୁ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନାଁ ଧରି ମୋଦୀ କହିଛନ୍ତି, ରାଜ ପରିବାରର ରାଜକୁମାରଙ୍କ ଉପଦେଷ୍ଟା କିଛି ସମୟ ପୂର୍ବରୁ କହିଥିଲେ ଯେ ମଧ୍ୟବିତ୍ତଙ୍କ ଉପରେ ଅଧିକ ଟିକସ ଲାଗୁ କରାଯାଉ। ବର୍ତ୍ତମାନ ଏହି ଲୋକମାନେ ଗୋଟିଏ ପାଦ ଆଗକୁ ଯିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ କଂଗ୍ରେସ କହୁଛି ଯେ,ସେ ଉତ୍ତରାଧିକାର ଟିକସ ଲାଗୁ କରାଯିବା ଉଚିତ। ପିତାମାତାଙ୍କଠାରୁ ପ୍ରାପ୍ତ ଉତ୍ତରାଧିକାର ଉପରେ ଟିକସ ମଧ୍ୟ ଲାଗୁ ହେବା ଦରକାର ବୋଲି କହିଛନ୍ତି Sam Pitroda । ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ବିବାଦ ।
Sam Pitroda has been a mentor, friend, philosopher, and guide to many across the world, including me. He has made numerous, enduring contributions to India's developments. He is President of the Indian Overseas Congress.
Mr Pitroda expresses his opinions freely on issues he…
— Jairam Ramesh (@Jairam_Ramesh) April 24, 2024
ଟିକସକୁ ନେଇ Sam Pitroda କହିଛନ୍ତି ଯେ, ଆମେରିକାରେ 55 ପ୍ରତିଶତ ଉତ୍ତରାଧିକାର ଟିକସ ଆଦାୟ କରାଯାଏ। ସରକାର 55 ପ୍ରତିଶତ ଅଂଶ ନିଅନ୍ତି । ଏହି ସମ୍ପତ୍ତି ଜନସାଧାରଣଙ୍କ ପାଇଁ ଛାଡି ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର 100 ମିଲିୟନ୍ ଡଲାର ସମ୍ପତ୍ତି ଅଛି, ତା'ହେଲେ ତାଙ୍କ ମୃତ୍ୟୁ ପରେ 45 ପ୍ରତିଶତ ସମ୍ପତ୍ତି ତାଙ୍କ ପିଲାମାନଙ୍କୁ ଏବଂ 55 ପ୍ରତିଶତ ସରକାରଙ୍କ ନିକଟକୁ ଯାଇଥାଏ । ଭାରତରେ ଏଭଳି ଆଇନ ଉପରେ ଆଲୋଚନା ହେବା ଉଚିତ ବୋଲି ପିତ୍ରୋଦା କହିଛନ୍ତି। ସେପଟେ କଂଗ୍ରେସ Sam Pitrodaଙ୍କର ଏପରି ବୟାନଠୁ ନିଜକୁ ଦୂରେଇ ରଖିଛି ।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ସାମ ପିତ୍ରୋଜା ଜଣେ ଗୁରୁ, ବନ୍ଧୁ, ଦାର୍ଶନିକ ତଥା ମୋ ସମେତ ବିଶ୍ୱର ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶକ ଅଟନ୍ତି। ସେ ଭାରତର ବିକାଶରେ ଅସଂଖ୍ୟ, ଚିରସ୍ଥାୟୀ ଅବଦାନ ରଖିଛନ୍ତି। ସେ ହେଉଛନ୍ତି ଭାରତୀୟ ବିଦେଶ କଂଗ୍ରେସର ସଭାପତି। ପିତ୍ରୋଦା ସର୍ବଦା ସେହି ବିଷୟରେ ମତ ରଖନ୍ତୁ ଯାହାକୁ ନେଇ ସେ କନଫିଡେନ୍ସ ଥାନ୍ତି ।












Click it and Unblock the Notifications