Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪, କର୍ଣ୍ଣାଟକରେ ଢାଳକୁ ନେଇ ଜୋର ଧରିଲା ରାଜନୀତି

ଲୋକସଭା ନିର୍ବାଚନ ଭିତରେ ସୋସିଆଲ ମିଡିଆରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସର 'ଖାଲି ଲୋଟା' ବିଜ୍ଞାପନଙ୍କୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଜେପି ନେତୃତାଧୀନ ଏନଡିଏ ରାଜ୍ୟ ସରକାରଙ୍କୁ 'ଖାଲି ଲୋଟା' ଧରାଇ ଦେଇଥିବା ନେଇ ଜାତୀୟ ଖବର କାଗଜରେ ବିଜ୍ଞାପନ ଦେଇଥିଲା କଂଗ୍ରେସ । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ. ଶିବକୁମାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେଡିଏସ୍ ମୁଖ୍ୟ ଏଚଡି ଦେବଗୌଡା ଏକ ବିବାଦୀୟ ଫଟୋ ତାଙ୍କ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେବଗୌଡା କଂଗ୍ରେସର 'ଖାଲି ଲୋଟା' ବିଜ୍ଞାପନ ଥିବା ଏକ ଖବରକାଗଜ ଧରିଛନ୍ତି । ଆଉ ସେଥିରେ ଏଡିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଏହାର କଳାକାର ବୋଲି ଲେଖାଯାଇଛି ।

Lok Sabha Elections 2024

ମୋଦୀଙ୍କୁ କଂଗ୍ରେସର ଏଭଳି ସମାଲୋଚନା ପରେ ସୋସିଆଲ ମିଡିଆରେ ଜବାବ ଦେଇଛି ବିଜେପି । କର୍ଣ୍ଣାଟକ ବିଜେପି ପକ୍ଷରୁ ସିଦ୍ଦରମେୟାଙ୍କ ଦୁଇଟି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଗୋଟିଏ ଫଟୋକୁ ୨୦୧୩ ଏବଂ ଅନ୍ୟଟିକୁ ୨୦୨୩ର ବୋଲି ଦର୍ଶାଇବା ସହ ତଫାତ୍ ସଷ୍ଟ ଜଣାପଡୁଛି ବୋଲି ଲେଖାଯାଇଛି । ୨୦୧୩ ଲେଖାଯାଇଥିବା ଫଟୋରେ ସିଦ୍ଦରମେୟା ଢ଼ାଳ ଧରି ଶୌଚାଳୟ ଯାଉଥିବା ବେଳେ ୨୦୨୩ ବିନା ଢ଼ାଳରେ ଶୌଚାଳୟ ଯାଉଥିବା ଦର୍ଶାଯାଇଛି ।

ଖାଲି ଢାଳି ବିଜ୍ଞାପନକୁ ନେଇ କଂଗ୍ରେସ ସାଂସଦ ରଣଦୀପ ସୁର୍ଜେୱାଲା କହିଛନ୍ତି, କନ୍ନଡମାନେ ଟିକସ ୧୦୦ ଟଙ୍କା କେନ୍ଦ୍ରକୁ ଦେଉଥିବା ବେଳେ ମାତ୍ର ୧୩ ଟଙ୍କା ପାଉଛନ୍ତି । ଆଉ ଯେତେବେଳେ ସେମାନେ ସେମାନଙ୍କର ହକ୍ ମାଗୁଛନ୍ତି ତାଙ୍କୁ ଖାଲି ଢାଳି ଧରାଇ ଦିଆଯାଉଛି ।
ଏପ୍ରିଲ ୨୬ ଏବଂ ମେ' ୭ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ସବାଧିକ ୨୮ ଆସନରେ ମତଦାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+