Get Updates
Get notified of breaking news, exclusive insights, and must-see stories!

Independence Day Speech in Odia : ସ୍ୱାଧୀନତା ଦିବସ ଉପରେ ସ୍କୁଲ ପିଲାଙ୍କ ପାଇଁ ଭାଷଣ

ଏହି ବର୍ଷ ଦେଶର ସ୍ୱାଧୀନତାକୁ 76 ବର୍ଷ ପୂରଣ ହେଉଛି । ସମଗ୍ର ଦେଶ 77 ତମ ସ୍ୱାଧୀନତା ଦିବସ ପାଳନ କରିବ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଭାରତ ନିଜର ସ୍ୱାଧୀନତା ଦିବସକୁ 15 ଅଗଷ୍ଟରେ ଗର୍ବର ସହ ପାଳନ କରିବ । ଏହି ଦିନ ହିଁ ଆମ ଦେଶ ବର୍ଷ ବର୍ଷ ଧରି ଦାସତ୍ୱ ପରେ ସ୍ୱାଧୀନତା ପାଇଥିଲା । ଆମେ ସମସ୍ତେ ଏହି ଦିନ ସ୍ୱାଧୀନତା ବିଷୟରେ ଆମର ଭାବନା ପ୍ରକାଶ କରିବାକୁ ଚାହାଁନ୍ତି । ସ୍କୁଲ୍, କଲେଜ, କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ଏହି ପବିତ୍ର ଦିନକୁ ବେଶ୍ ଉତ୍ସାହର ସହ ପାଳନ କରିବା ସହ ସ୍ୱାଧୀନ ଭାରତୀୟ ଭାବେ ଗର୍ବ ଅନୁଭବ କରନ୍ତି । ଏହି ଦିନ ହିଁ ଆମ ଦେଶର ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଓ ତ୍ୟାଗ ଆମକୁ ଦେଶ ମାତୃକା ପ୍ରତି ଆମର କର୍ତ୍ତବ୍ୟକୁ ସ୍ମରଣ କରିଥାଏ । ତେବେ ଆମେ ପିଲାଙ୍କ ପାଇଁ ଲେଖୁଛୁ ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ । ଏହାକୁ ଆପଣଙ୍କ ପିଲା ସ୍କୁଲ, କଲେଜରେ ବକ୍ତୃତା ଦେଇପାରିବେ ।

independence day

ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ମୋର ପ୍ରିୟ ବନ୍ଧୁମାନଙ୍କୁ ଶୁଭ ସକାଳ । ମୁଁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି । ଆଜି ମୁଁ ସ୍ୱାଧୀନତା ଦିବସରେ କହିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି ।

15 ଅଗଷ୍ଟ ଆମ ପାଇଁ ସବୁବେଳେ ଏକ ବିଶେଷ ଦିନ ଭାବେ ରହି ଆସିଛି । ଏହି ଦିନ ଆମେ ଦେଶର ସମସ୍ତ ଗୌରବକୁ ସ୍ମରଣ କରିଥାଉ । ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ, ବଳିଦାନକୁ ମନେ ପକାଉ । ଭାରତର ସ୍ୱାଧୀନତା ଦିବସ କେବଳ ବ୍ରିଟିଶ ରାଜଙ୍କ ଶାସନରୁ ଭାରତର ସ୍ୱାଧୀନତାକୁ ଚିହ୍ନିତ କରେ ନାହିଁ, ବରଂ ଏହା ମଧ୍ୟ ଏହି ଦେଶର ଶକ୍ତିକୁ ଦର୍ଶାଏ । ଏହି ଦେଶର ସମସ୍ତ ଲୋକଙ୍କୁ ଏକତ୍ର କରି ଦେଶର ଶକ୍ତିକୁ ପ୍ରତିଦନ କରିଥାଏ ।

ବହୁ ବର୍ଷ ଧରି ବ୍ରିଟିଶମାନଙ୍କ ଦ୍ୱାରା ଦାସତ୍ୱ ଭୋଗିବା ପରେ ଆମ ଦେଶ 15 ଅଗଷ୍ଟ 1947 ରେ ସ୍ୱାଧୀନ ହେଲା । ବ୍ରିଟିଶମାନଙ୍କ ଅତ୍ୟାଚାରର ଶିକାର ହେବା ପରେ ନିଜର ସ୍ୱାଧୀନତା ପାଇଁ ଦେଶର ଅନେକ ବୀର ଯୋଦ୍ଧା ବଳିଦାନ ଦେଇଥିଲେ । ସେମାନଙ୍କ ବଳିଦାନ ହିଁ ଆମକୁ ସ୍ୱାଧୀନତା ଦେଇଛି । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ସେହି ସମସ୍ତ ଯୋଦ୍ଧାଙ୍କୁ ମନେ ପକାଇଛନ୍ତି ।

ଜାତିର ପିତା ମହାତ୍ମା ଗାନ୍ଧୀ, ସୁବାଷ ବୋଷ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ, ଜବାହାରଲାଲା ନେହେରୁ, ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଲକ, ବାପିନ ଚନ୍ଦ୍ର ପାଲ ଏବଂ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଅଦ୍ୟମ ପ୍ରଚେଷ୍ଚା ଓ ତ୍ୟାଗ ବଳରେ ଆମ ଭାରତ ଇରେଜ କବଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ହୋଇଥିଲା ।

ଏହା ପରେ ଦେଶ ସମସ୍ତ କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢି ଚାଲିଛି । ଆଜି ସାରା ବିଶ୍ୱରେ ସୁପର ପାୱାର ହେବାକୁ ଯାଉଛି । ଭାରତର ସ୍ୱାଧୀନତାର ଚାରି ବର୍ଷ ପୂରଣ ହେବା ପୂର୍ବରୁ, ଆମେ ନିଜର ସମ୍ବିଧାନର ପ୍ରଚଳନ କରି ଏହାକୁ ଏକ ଗଣତନ୍ତ୍ର କରି ଦେଶକୁ ମଜବୁତ କରିଥିଲୁ, ଯାହା ଆଗରେ ସମଗ୍ର ବିଶ୍ୱ ଆଜି ନତମସ୍ତକ । ଆମର ଏହି ବହୁ ବିବିଧତାର ଦେଶ, ଏବଂ ଆମର ଏକତା ଆମକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରେ । ଟେକ୍ନୋଲୋଜି ଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ, ଆମେ ଦୁନିଆର ଏକ ପ୍ରମୁଖ ଦେଶ ପାଲଟିଛୁ । କେବେ ପଛକୁ ଫେରି ଦେଖିନାହୁଁ ।

ଆଜି, ଯେହେତୁ ଆମେ ସ୍ୱାଧୀନତା ଦିବସରେ ଆମ ଦେଶର ସମସ୍ତ ସଫଳତାକୁ ମନେ ପକାଉ, ଆସନ୍ତୁ ଆମର ବୀର ଯବାନ ମାନଙ୍କୁ ଭୁଲିଯିବା ନାହିଁ । ଆମର ସାହସୀ ସୈନିକମାନଙ୍କୁ ଧନ୍ୟବାଦ ଯେ ସେମାନଙ୍କ ହେତୁ ଆମେ ଆମ ଦେଶରେ ଶାନ୍ତିରେ ରହି ପାରୁଛୁ । ଶତ୍ରୁ ଆଗରେ ନିଜର ବୀରତ୍ୱ ଦେଖାଇ ଦେଶକୁ ସୁରକ୍ଷିତ ରଖିଛନ୍ତି । ସେହିପରି ଆମେ ମଧ୍ୟ ଆମ ଦେଶକୁ ମହାନ କରିବା ପାଇଁ ଜଣେ ସଚ୍ଚୋଟ ନାଗରିକ ଭାବରେ ଆମର କର୍ତ୍ତବ୍ୟ ପାଳନ କରିବାକୁ ଆଜି ପ୍ରତିଶୃତି ନେବା ।

ମୋର ବକ୍ତବ୍ୟକୁ ଅତି ଯତ୍ନର ସହ ଶୁଣିଥିବାରୁ ମୁଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ଜୟହିନ୍ଦ !

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+