ଲୋକସଭା ନିର୍ବାଚନ ୨୦୨୪: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୧୩ଟି ରାଜ୍ୟର ୮୮ଟି ଲୋକସଭା ଆସନ ପାଇଁ ପଡ଼ିବ ଭୋଟ୍

ଦେଶରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେବ ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କେରଳର ସମସ୍ତ ୨୦ଟି ଆସନ, କର୍ଣ୍ଣାଟକର ୨୮ ଆସନରୁ ୧୪ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଆସାମ ଓ ବିହାରରେ ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଓ ଜମ୍ମୁ-କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବ ।

ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶଶି ଥରୁର୍, ଅଭିନେତାରୁ ନେତା ହୋଇଥିବା ଅରୁଣ ଗୋବିଲ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ସେହିପରି ବିଜେପିର ହେମାମାଳିନୀ, ଓମ୍ ବିର୍ଲା, ଗଜେନ୍ଦ୍ରସିଂ ଶେଖାୱତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Lok Sabha election 2024

ଲୋକସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନ ପାଇଁ ମତଦାନ ହୋଇସାରିଛି । ଏଥିରେ ୬୫.୫ ପ୍ରତିଶତ ଭୋଟିଂ ହୋଇଛି ।

କର୍ଣ୍ଣାଟକ ବେଙ୍ଗାଲୁରୁ ଆସନରୁ ବିଜେପିରୁ ତେଜସ୍ୱୀ ସୂର୍ଯ୍ୟା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟପ୍ରଦେଶ ଟିକମଗଡ ଆସନରୁ ବିଜେପିର ବିରେନ୍ଦ୍ର କୁମାର ଖଟିକ, କେରଳର ଅଲ୍ଲାପୁଝାରୁ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+