Get Updates
Get notified of breaking news, exclusive insights, and must-see stories!

ଏଣିକି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟ୍ସଆପ୍

Whatsapp New Feature Of Sharing Data: ଏଣିକି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟ୍ସଆପ୍ । ସାଧାରଣତଃ ଇଣ୍ଟନେଟ୍ ନଥିଲେ ହ୍ୱାଟ୍ସଆପ୍ କାମ କରି ନଥାଏ, ଯାହାଫଳରେ ଅନେକ ଥର ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଫଟୋ ଏବଂ ଭିଡିଓ ପଠାଇବା ପାରିନଥାନ୍ତି ।

ଏହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଲଞ୍ଚ୍ କରିବା ପାଇଁ ଯାଉଛି । ଏହା ସାହାଯ୍ୟରେ ଉପଭୋକ୍ତାମାନେ ବିନା ଇଣ୍ଟରନେଟରେ ମଧ୍ୟ ଫଟୋ ଏବଂ ଭିଡିଓ ପଠାଇ ପାରିବେ । ଏହା ଏକ 'Standalone Feature', ଯାହା ୟୁଜର୍ସଙ୍କୁ ସ୍ଥାନୀୟ ନେଟୱାର୍କ ସାହାଯ୍ୟରେ ଫାଇଲ୍, ଫଟୋ ଏବଂ ଭିଡିଓ ପଠାଇବାରେ ସାହାଯ୍ୟ କରିବ । ଏଥିରେ ଇଣ୍ଟରନେଟ୍ ବାଇପାସ୍ କରାଯାଇଥାଏ ।

Whatsapp news

WABetaInfo ର ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ଲୋକାଲ୍ ଫାଇଲ୍ ସେୟାରିଂ ଫିଚର୍ ଆଣିପାରେ, ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ବିନା ଇଣ୍ଟନେଟରେ ପଠାଇପାରିବେ । ଏହି ଫିଚର୍ ଟର୍ନ୍ ଅନ୍ କରିବା ପରେ, ଉପଭୋକ୍ତାମାନେ ଏହି ସ୍ୱତନ୍ତ୍ର ଫିଚରର ଫାଇଦା ନେଇ ପାରିବେ ।

ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ୍ ଆପ୍ ୟୁଜର୍ସଙ୍କୁ ପ୍ରଥମେ ସେଟିଂକୁ ଯାଇ ବ୍ଲୁଟୁଥ୍ ଟର୍ନଅନ୍ କରିବାକୁ ପଡିବ। ଏହା ପରେ ସେ ଏହି ଫାଇଲଗୁଡ଼ିକୁ ଅନ୍ୟ କାହାକୁ ପଠାଇ ପାରିବେ । ଏହି ଫାଇଲଗୁଡ଼ିକ ତତକ୍ଷଣାତ୍ ମେସେଜିଂ ଆପରେ ଅନ୍ୟ ମ୍ୟାସେଜ୍ ପରି end-t-end encrypte ରହିବ ।

ରିପୋର୍ଟ ଅନୁଯାୟୀ, ଏହି ଫିଚର୍ କାମ କରିବା ପାଇଁ ଆପକୁ ଆଣ୍ଡ୍ରଏଡ୍ ଅନୁମତି ଆବଶ୍ୟକ ହେବ। ଅଫଲାଇନ୍ ଫାଇଲଗୁଡିକ ଆପଣ ସେତେବେଳେ ସେୟାକ କରି ପାରବେ ଯେତେବେଳେ ଆପଣ ପଠାଉଥିବା ବ୍ୟକ୍ତିଙ୍କ ଫୋନରେ ମଧ୍ୟ ସେୟାରିଂ ଫିଚର୍ ଉପଲବ୍ଧ ଥିବ ।

ରିପୋର୍ଟ ଅନୁଯାୟୀ, ନିକଟସ୍ଥ ଉପକରଣଗୁଡ଼ିକର ସ୍ଥିତିକୁ ଚିହ୍ନିବା, ସଂଯୋଗ କରିବା ଏବଂ ଜାଣିବା ପାଇଁ ଅନୁମତି ଆବଶ୍ୟକ ହେବ । ଏପରି ପରିସ୍ଥିତିରେ, ଉପଭୋକ୍ତାମାନେ ଯେତେବେଳେ ଚାହିଁବେ ଏହାକୁ ବନ୍ଦ ମଧ୍ୟ କରିପାରିବେ । ଏହି ନୂଆ ଫିଚରକୁ କାର୍ଯ୍ୟ ଜାରି ରହିଛି ଲଞ୍ଚ୍ କରାଯିବାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+