ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ, ପ୍ରାର୍ଥୀ ହୋଇଥିବା କର୍ମକର୍ତ୍ତାଙ୍କୁ ଦେଲେ ଗୁରୁ ମନ୍ତ୍ର
ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ହୋଇଛି ଶେଷ । ସୋନପୁରରୁ ଫେରି ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକ ଭୁବନେଶ୍ୱରର ଏକ ରିସୋର୍ଟରେ କାର୍ଯ୍ୟକର୍ତ୍ତାଙ୍କ ସହ ହୋଇଥିଲା । ବିଶେଷକରି ପ୍ରାର୍ଥୀ ହୋଇଥିବା କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେଲେ ଅମିତ ଶାହ ।

ବୈଠକରେ ପ୍ରସ୍ତୁତ ହେଲା ବିଜୟୀ ରଣନୀତି । ବୈଠକରୁ ବାହାରି ବିମାନ ବନ୍ଦର ଅଭିମୁଖେ ଯିବେ ଶାହ । ରାତିରେ ଫେରିଯିବାର ରହିଛି କାର୍ଯ୍ୟକ୍ରମ । ଭୋପାଳ ଯିବାର ରହିଛି କାର୍ଯ୍ୟକ୍ରମ । କେନ୍ଦ୍ର ଗୃହମନ୍ତ୍ରୀ । ଓଡ଼ିଶାରୁ ୨୦ରୁ ଅଧିକ ବିଜେପି ସାଂସଦଙ୍କୁ ଜିତାଇ ତୃତୀଥ ଥର ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ବନାଇବାକୁ ଓଡ଼ିଶାବାସୀଙ୍କ ଆହ୍ୱାନ ଦେଇଛନ୍ତି ଶାହ ।












Click it and Unblock the Notifications