Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: କ'ଣ ହେବ ଅନୁଭବ ଓ ଅରିନ୍ଦମଙ୍କ ଭାଗ୍ୟ ?

କ'ଣ ହେବ ଦୁଇ ଅଭିନେତାଙ୍କ ଭାଗ୍ୟ । ଅନୁଭବ ଓ ଅରିନ୍ଦମକୁ କେବେ ମିଳିବ ଟିକେଟ । ନା ଦୁଇ ଜଣ ହେବେ ନିରାଶ । ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ ରହିଛନ୍ତି ଅଭିନେତା ଅରିନ୍ଦମ ରାଏ । ଗତ ମାର୍ଚ୍ଚ ୧୫ରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ ଅରିନ୍ଦମ ।

ଅରିନ୍ଦମ ପରେ ସିଦ୍ଧାନ୍ତ ବିଜେଡିରୁ ଇସ୍ତଫା ଦେଇ ମାର୍ଚ୍ଚ ୨୮ରେ ନୂଆଦିଲୀ ସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ସାମିଲ ହୋଇଥିଲେ। ମାର୍ଚ୍ଚ ୩୦ରେ ଆକାଶ ଏବଂ ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ଦଳରୁ ଇସ୍ତଫା ଦେଇଥିଲେ।

ମାର୍ଚ୍ଚ ୩୧ରେ ରାଜ୍ୟ କାର୍ଯ୍ୟାଳୟରେ ଆକାଶ ଭାଜପାରେ ଯୋଗଦେଇଥିଲେ ଏବଂ ଏପ୍ରିଲ ୧ ତାରିଖରେ ଅନୁଭବ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଯୋଗଦେଇଥିଲେ। ବିଜେଡି ଛାଡି ଭାଜପାରେ ଯୋଗ ଦେବାର କିଛି ଦିନ ମଧ୍ୟରେ ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଅଭିନେତା ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଓ ଆକାଶଙ୍କୁ କୋରେଇ ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ କରିଛି ।

arindom and Anubhav

ତେବେ ଚଳିତ ନିର୍ବାଚନରେ ସିନେ ତାରକାଙ୍କ ନିର୍ବାଚନ ଲଢ଼େଇ ଦେଖିବାକୁ ମିଳିବା ସହ କେଉଁ ଅଭିନେତ୍ରୀ ଓ ଅଭିନେତା କ'ଣ ରଣନୀତି ଆପଣାଇବେ ତାହାକୁ ନେଇ ଲୋକେ ଆଲୋଚନା ଆରମ୍ଭ କରି ସାରିଛନ୍ତି ।

ସେହିପରି ବିଜେଡିରେ ଗତ ୧୮ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗଦେଇଥିଲେ । ପରେ ଦଳ ତାଙ୍କୁ ବଡଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି । ହେଲେ ବିଜେପିରେ ଯୋଗଦେବାର ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏବେ ଯାଏଁ ଝୁଲି ରହିଛନ୍ତି ଅରିନ୍ଦମ ରାଏଙ୍କ ଭାଗ୍ୟ ।

ସେହିପରି ଅନୁଭବ ୧୫ ଦିନରୁ ଅଧିକ ସମୟ ହେବ ଦଳରେ ଯୋଗଦେଇଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେବା ନେଇ ଝୁଲେଇ ରଖିଛି ।

କିଛିଦିନ ତଳେ ଅରିନ୍ଦମ ସାଲେପୁର ନିର୍ବାଚନ ମଣ୍ଡଳୀର ଚା' ଖଟିରେ ଯୋଗଦେବା ସହ ସେଠାରେ ଭୋଟରଙ୍କ ନିକଟତର ହେବାର ଫଟୋ ଭାଇରାଲ ହୋଇଥିଲା। ଏପରି କି ଅରିନ୍ଦମଙ୍କୁ ଦଳ ସାଲେପୁରରୁ ଟିକେଟ ଦେବ ବୋଲି ଲୋକ ଟୁପୁରୁଟାପୁରୁ ହେବା ଆରମ୍ଭ କରିଛନ୍ତି।
ହେଲେ ବିଜେପିରେ ଯୋଗଦେବା ପରେ ସେ କୌଣସି ଦଳୀୟ କାର୍ଯ୍ୟରେ ସକ୍ରିୟ ନାହାନ୍ତି।

ତେବେ ଭାଜପାର ବାରବାଟୀ-କଟକ ଓ ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଥିବାବେଳେ ଉଭୟ ଅଭିନେତା ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଏନେଇ ଅରିନ୍ଦମ କହିଛନ୍ତି, ଆଶାବାଦୀ ନୁହେଁ ଲୋକଙ୍କ ପାଇଁ କାମ କରିବାକୁ ଦଳରେ ଯୋଗ ଦେଇଛନ୍ତି । କାମ ଜାରି ରଖିବି ଏବଂ ତା'ର ଫଳ ନିଶ୍ଚିତ ମିଳିବ। ଦଳ ଯାହା ନିଷ୍ପତ୍ତି ନେବ ସେଥିପାଇଁ ମୁଁ ପ୍ରସ୍ତୁତ ରହିଛି। ଅପରପକ୍ଷରେ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+