ଲୋକସଭା ନିର୍ବାଚନ ୨୦୨୪: 'ମୋ ଭୋଟ୍ ମୋ ଡ୍ୟୁଟି' ବାର୍ତ୍ତା ସହ ଭୋଟ୍ ଦେବାକୁ ସଚେତନ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ 

ସମସ୍ତେ ଭୋଟ ଦିଅନ୍ତୁ । 'ମୋ ଭୋଟ୍ ମୋ ଡ୍ୟୁଟି' । 18 ତମ ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବାଲୁକା କଳାରେ 'ମୋ ଭୋଟ୍ ମୋ ଡ୍ୟୁଟି' ବାର୍ତ୍ତା ସହିତ ସଚେତନତା ସୃଷ୍ଟି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବିଚରେ ଏହି କଳକୃତ୍ତି ଦେଖିବାକୁ ମିଳିଛି ।

Lok Sabha elections

ଦେଶରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେବ ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କେରଳର ସମସ୍ତ ୨୦ଟି ଆସନ, କର୍ଣ୍ଣାଟକର ୨୮ ଆସନରୁ ୧୪ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଆସାମ ଓ ବିହାରରେ ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଓ ଜମ୍ମୁ-କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+