For Quick Alerts
Turn On Notification  
For Daily Alerts
Oneindia App Download

ଜେଲ ଗଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ

ଅଭିଯୁକ୍ତକୁ କୋର୍ଟରେ ଉପସ୍ଥାପନ କରିବା ସହ SIT ତାକୁ ସାବାଳକ ଦର୍ଶାଇଛି । ନୟାଗଡ଼ ପକ୍ସୋ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବ୍‌ଜେଲ୍ ନିଆଯାଇଛି।

|

ଭୁବନେଶ୍ବର: ଧିରେ ଧିରେ ଖୋଲୁଛି ନୟାଗଡ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର ଗୁମର । ମାମଲାରେ ଆଜି ଜଣଙ୍କୁ ଗିରଫ କରିଛି SIT । ଏଥି ସହିତ ଅଭିଯୁକ୍ତକୁ କୋର୍ଟରେ ଉପସ୍ଥାପନ କରିବା ସହ SIT ତାକୁ ସାବାଳକ ଦର୍ଶାଇଛି । ନୟାଗଡ଼ ପକ୍ସୋ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବ୍‌ଜେଲ୍ ନିଆଯାଇଛି।

ଆସନ୍ତାକାଲିଠାରୁ 3 ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ।ଏହି ରିମାଣ୍ଡ ୨୪ ତାରିଖରେ ଶେଷ ହେବ। ତେବେ SIT ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।

 Pari Case

ଏହା ପୂର୍ବରୁ ଆଜି ସକାଳେ ଘଟଣାର ତଦନ୍ତ ପାଇଁ ଯଦୁପୁରରେ ପହଞ୍ଚିଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ କିଏ ସାହାଯ୍ୟ କରିଛନ୍ତି କି ନାହିଁ ତାର ତଦନ୍ତ ଏବେ ଚାଲୁ ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pari Murder Case: Arrested Accused Forward to Nayagarh Sub-jail
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X