Get Updates
Get notified of breaking news, exclusive insights, and must-see stories!

ଆଇନଶୃଙ୍ଖଳା ଠାରୁ ନେଇ ପ୍ରତିଶୃତି ଯାଏଁ ନବୀନଙ୍କୁ ହିସାବ ମାଗିଲେ ପୁରନ୍ଦେଶ୍ୱେରୀ

ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତିଶୃତି ଯାଏଁ ହିସାବ ମାଗିଛନ୍ତି ରାଜ୍ୟ ବିଜେପିର ପ୍ରଭାରୀ ପୁରନ୍ଦେଶ୍ୱରୀ ।

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତିଶୃତି ଯାଏଁ ହିସାବ ମାଗିଛନ୍ତି ରାଜ୍ୟ ବିଜେପିର ପ୍ରଭାରୀ ପୁରନ୍ଦେଶ୍ୱରୀ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମଳନୀ କରି ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି ପୁରନ୍ଦେଶ୍ୱେରୀ । ଓଡ଼ିଶାରେ ବିଜେଡି 20 ବର୍ଷ ଧରି ସୁଶାସନ ନାମରେ କୁଶାସନ ଚଳାଇଥିବା କହିଛନ୍ତି । ଏହାର ଉଦାହରଣ ଦେଇ ସେ କହିଛନ୍ତି ରାଜ୍ୟ ସରକାର ଯଦି ଗରିବ ଲୋକଙ୍କର ମଙ୍ଗଳ ଚାହୁଁଥାନ୍ତେ ତାହେଲେ ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରିଥାନ୍ତେ । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦେଇଥିବା ପ୍ରତିଶୃତି କେତେ ଲୋକଙ୍କ ପାଖରେ ପହଞ୍ଚିଛି ତାହା କେବଳ ରାଜ୍ୟବାସୀ କହିବେ । ରାଜ୍ୟରେ 1250ଟି ଗ୍ରାମରେ ନଳକୂପ ନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ ।

ବିଜେପି

ଗ୍ରାମଞ୍ଚଳରେ ପାଖାପାଖି 2 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପକ୍କା ଘର ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି । ଚାଷୀ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୁରନ୍ଦେଶ୍ୱରୀ । କାଳିଆ ଯୋଜନାରେ କୃଷକମାନେ ବାର୍ଷିକ 10 ହଜାର ଟଙ୍କା ପାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ନିର୍ବାଚନ ସମୟରେ ଭୋଟ୍ ହାତେଇବା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଆଇନଶୃଙ୍ଖଳାକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଚାଲିଛି । ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ରହିଥିବା ବେଳେ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେଉଥିବା ସେ କହିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସେ । ରାଜ୍ୟସରକାରଙ୍କ ବିଧାୟକ ଥିବା ବେଳେ ଶହଶହ କୋଟି ଟଙ୍କାର ସଂପତ୍ତି ଠୁଳ କରିବା ଓ ଜଣେ ଲାଞ୍ଚଖୋର୍ ଅଫିସର ଏବଂ ତାଙ୍କ ପୁଅକୁ ସହାୟତା ଦେବା ଭଳି ଘଟଣା କେବେ ବି ରାଜ୍ୟ ସରକାରଙ୍କ ବିନା ସହଯୋଗରେ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର କିମ୍ବା ଶାସକ ଦଳ ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+