Get Updates
Get notified of breaking news, exclusive insights, and must-see stories!

ପରୀ ହତ୍ୟା ମାମଲାରେ ଏସ୍ଆଇଟିର ପ୍ରେସ୍ ମିଟ୍ ; ହତ୍ୟା ପରେ କରିଥିଲା ଦୁଷ୍କର୍ମ

ଏପରି ଘଟଣା କରିବାକୁ ଅଭିଯୁକ୍ତ କୌଣସି ପୂର୍ବ ପ୍ରସ୍ତୁତି କରିନଥିବା ନେଇ ଏସ୍ଆଇଟି ସମ୍ମୁଖରେ ବୟାନ ଦେଇଛି | ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କରିଛି ବୋଲି ସେ କହିଛି | ଘଟଣା ପୂର୍ବଦିନ ଅର୍ଥାତ 13ତାରିଖ ରାତିରେ ସେ ବ୍ଲୁ ଫିଲ୍ମ ଦେଖିଥିବା ନେଇସୂଚନା ମିଳିଛି

ଭୁବନେଶ୍ୱର : ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ନେଇ ପ୍ରେସ୍ ମିଟ୍ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା | ଅଭିଯୁକ୍ତ ସରୋଜ ସେଠୀ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା ନେଇ ସ୍ୱୀକାର କରିଛି | ଅଧିକ ପଚରାଉଚୁରା ପାଇଁ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି |

ସରୋଜର ସାନ ଭଉଣୀ ସହ ପରୀର ଥିଲା ଭଲ ସମ୍ପର୍କ | ପରୀ ଜାମୁକୋଳି ଖାଇବାକୁ ତାଙ୍କ ଘର ନିକଟକୁ ଯାଇଥିବା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ପରୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା | ପରୀ ବାଧା ଦେବାରୁ ତାକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସରୋଜ ସ୍ୱୀକାର କରିଛି ବୋଲି ଏସିଆଇଟି ମୁଖ୍ୟ କହିଛନ୍ତି | ଏହା ପରେ ପ୍ରମାଣ ନଷ୍ଟ କରିବାକୁ ସେ ମୃତଦେହ ଏବଂ ପୀଡ଼ିତା ପିନ୍ଧିଥିବା ଫ୍ରକକୁ ଏକ ଅଖା ବସ୍ତାରେ ପୁରାଇ ଏକ ପୋରୀରରେ ଫିଙ୍ଗିଦେଇଥିଲା | ପୀଡ଼ିତାର ଲେଗିଙ୍ଗସ୍ କୁ ପରେ ଆଣି ପୋଖରୀରେ ପକାଇଥିବା ସେ ସ୍ୱୀକାର କରିଛି | ଅଧିକ ପ୍ରମାଣ ସଂଗ୍ରହ ପାଇଁ ସେହି ପୋଖରୀକୁ ଶୁଖାଯାଉଛି ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

Arun-Bothra-SIT-Head-Pari-Cse

ଏହି ଘଟଣାରେ କୌଣସି ଆଇ ଓ୍ୱିଟନେସ୍ ନଥିବାରୁ ସାଇଣ୍ଟିଫିକ୍ ଉପାୟରେ ଅଧିକ ପ୍ରମାଣ ସଂଗ୍ରହ ପାଇଁ ଏସ୍ଆଇଟି କାର୍ଯ୍ୟ କରୁଛି | ଏନେଇ ଏସ୍ଆଇଟି ଟିମ୍ ପକ୍ଷରୁ ହାଇଦ୍ରାବାଦର CCMB ଏବଂ ଦିଲ୍ଲୀର NIPGR ସହ ଯୋଗାଯୋଗ କରାଯାଇଥିବା ନେଇ ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି |

ଏପରି ଘଟଣା କରିବାକୁ ଅଭିଯୁକ୍ତ କୌଣସି ପୂର୍ବ ପ୍ରସ୍ତୁତି କରିନଥିବା ନେଇ ଏସ୍ଆଇଟି ସମ୍ମୁଖରେ ବୟାନ ଦେଇଛି | ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କରିଛି ବୋଲି ସେ କହିଛି | ଘଟଣା ପୂର୍ବଦିନ ଅର୍ଥାତ 13ତାରିଖ ରାତିରେ ସେ ବ୍ଲୁ ଫିଲ୍ମ ଦେଖିଥିବା ନେଇ ସୂଚନା ମିଳିଛି |

22 ବର୍ଷର ଚାକିରୀ କାଳ ଭିତରେ ପରୀ ମାମଲା ସବୁଠାରୁ ବିଭତ୍ସ ମାମଲା ବୋଲି କହିଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ସୂଚନାଯୋଗ୍ୟ, ଅଭିଯୁକ୍ତକୁ ଗିରଫ କରିବା ପରେ ସିନର ରିକ୍ରିଏସନ୍ ପାଇଁ ଅଭିଯୁକ୍ତ ସରୋଜ ସେଠୀ ସହ ଏସ୍ଆଇଟି ଟିମ୍ ଗତକାଲି ଯଦୁପୁରର ଘଟଣାସ୍ଥଳକୁ ଯାଇଥିଲେ |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+