ଗତ ୨୪ ଘଣ୍ଟାରେ ଆମେରିକାର ୪ ଉନ୍ନତ ଥାଡ୍ ରାଡାରକୁ ନଷ୍ଟ କଲା ଇରାନ
ଇରାନର ସେନା କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରମଣ କରି ସେମାନେ ଚାରୋଟି ଉନ୍ନତ ଆମେରିକୀୟ ଥାଡ୍ କ୍ଷେପଣାସ୍ତ୍ର ପ୍ରଣାଳୀ ରାଡାରକୁ ନଷ୍ଟ କରିଦେଇଛନ୍ତି। ଖାତମ ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ଘୋଷଣା କରିଛନ୍ତି, ଶତ୍ରୁ-ପ୍ରତିରୋଧୀ କ୍ଷେପଣାସ୍ତ୍ର ପ୍ରତିରକ୍ଷାକୁ ଦମନ କରିବା ପାଇଁ ଅପରେସନ୍ ସମୟରେ ରାଡାରଗୁଡ଼ିକୁ ଟାର୍ଗେଟ କରାଯାଇ ନଷ୍ଟ କରାଯାଇଛି। ଏହି ରାଡାରଗୁଡ଼ିକ ଆମେରିକା ଏବଂ ଇସ୍ରାଏଲ କ୍ଷେପଣାସ୍ତ୍ର ପ୍ରତିରକ୍ଷା ନେଟୱାର୍କକୁ ରିୟଲ ଟାଇମ୍ ତଥ୍ୟ ପ୍ରଦାନ କରୁଥିଲେ।

ଇସଲାମିକ୍ ରିଭୋଲ୍ୟୁସନ ଗାର୍ଡ କର୍ପସ (ଆଇଆର୍ଜିସି)ର ଜନସମ୍ପର୍କ କାର୍ଯ୍ୟାଳୟ କହିଛି, ଆମର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପଶ୍ଚିମ ଇରାନ ଉପରେ ଏକ ଉନ୍ନତ ଇସ୍ରାଏଲୀ ଡ୍ରୋନ୍କୁ ଅଟକାଇବା ସହିତ ଧ୍ୱଂସ କରିଛି। ଆଇଆର୍ଜିସି କହିଛି, ଆମର ନୌସେନା ଆମେରିକାର ଅଲ-ଉଦୈରି ହେଲିକପ୍ଟର ଘାଟି ଉପରେ ଏକ ମିଳିତ ଡ୍ରୋନ୍ ଏବଂ ବାଲିଷ୍ଟିକ୍-କ୍ଷେପଣାସ୍ତ୍ର ଅଭିଯାନ ଚଳାଇଛି। ତେବେ ଇରାନ ବିରୋଧରେ ଆମେରିକାର ଥାଡ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଭଲ ପ୍ରଦର୍ଶନ ନକରିପାରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications