କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିରଦୌଷ କ୍ରସ ଭୋଟ ଦେଇଥିଲେ l ଯାହା ଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର ଖୋଲାଖୋଲି ଉଲଂଘନ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି l

bhakta das

ସାମ୍ବିଧାନିକ ନିୟମର ଉଲଂଘନ ନେଇ ଉପରୋକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ଚିଫ ହୁଇପ ଏସ ରାଜନ ଏକ୍କା, ବିଧାୟକ ସାଗର ଦାସ, ବିଧାୟକ ପବିତ୍ର ସାଉଁତା, ବିଧାୟକ ମଙ୍ଗୁ ଖିଲଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଧାନସଭା ବାଚସ୍ପତି ମାନ୍ୟବର ସୁରମା ପାଢ଼ୀଙ୍କୁ ସାକ୍ଷାତ କରି ସାମ୍ବିଧାନିକ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ ପ୍ରଦାନ କରିଛନ୍ତି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+