ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ,୩୩.୬୬୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ୧୦୦ଟି ....
କେନ୍ଦ୍ର କ୍ୟାବିନେଟ୍ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ଭବ୍ୟକୁ ୩୩ ହଜାର ୬୬୦ କୋଟି ଟଙ୍କା ଆବଣ୍ଟନ ସହିତ ୧୦୦ଟି ପ୍ଲଗ୍-ଆଣ୍ଡ-ପ୍ଲେ ଶିଳ୍ପ ପାର୍କ ବିକଶିତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ବିକାଶ କରିବା, ଉତ୍ପାଦନ ସମ୍ଭାବନାକୁ ଉନ୍ମୋଚନ କରିବା ସହିତ ଦେଶର ଅଭିବୃଦ୍ଧିକୁ ଆଗେଇ ନେବା ଏହି ଯୋଜନାର ଲକ୍ଷ୍ୟ ରହିଛି। ସେ କହିଛନ୍ତି, ପ୍ରତି ଏକର ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ସହିତ ୧୦୦ରୁ ହଜାର ଏକର ବିଶିଷ୍ଟ ଶିଳ୍ପ ପାର୍କ ବିକଶିତ କରାଯିବ।
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୃଷକ କଲ୍ୟାଣକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ କ୍ୟାବିନେଟ୍ ୨୦୨୩-୨୪ କପା ଋତୁ ପାଇଁ ଭାରତୀୟ କପା ନିଗମକୁ ୧ ହଜାର ୭୧୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସର୍ବନିମ୍ନ ସହାୟକ ମୂଲ୍ୟ- ଏମ୍.ଏସ୍.ପି. ପାଣ୍ଠି ମଞ୍ଜୁର କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପାଣ୍ଠି ଦେଶର କପାଚାଷୀମାନଙ୍କୁ ସିଧାସଳଖ ମୂଲ୍ୟ ସମର୍ଥନ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଯେତେବେଳେ ବଜାର ମୂଲ୍ୟ ଏମ୍.ଏସ୍.ପି.ଠାରୁ କମ୍ ଥାଏ, ସେତେବେଳେ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଏମ୍.ଏସ୍.ପି. କାର୍ଯ୍ୟ କରାଯାଏ।













Click it and Unblock the Notifications