Get Updates
Get notified of breaking news, exclusive insights, and must-see stories!

ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ.....

ସମୁଦ୍ର ପଥରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତୀୟ ନୌସେନାର ଅଦମ୍ୟ ସାହସ । ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ୍ ଅଶୋଧିତ ତୈଳ ଧରି ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଛି ତୈଳବାହୀ ଜାହାଜ 'ଜଗ ଲାଡକୀ' । ବୁଧବାର ସକାଳେ ଏହି ଭାରତୀୟ ଜାହାଜଟି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ଯେତେବେଳେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଫୁଜୈରା ବନ୍ଦରରେ 'ଜଗ ଲାଡକୀ'ରେ ଅଶୋଧିତ ତୈଳ ଲୋଡ୍ କରାଯାଉଥିଲା, ଠିକ୍ ସେହି ସମୟରେ ଇରାନ ପକ୍ଷରୁ ସେଠାରେ ଭୟଙ୍କର ଆକ୍ରମଣ ହୋଇଥିଲା । ଶନିବାର ହୋଇଥିବା ଏହି ଆକ୍ରମଣ ଯୋଗୁଁ କିଛି ସମୟ ପାଇଁ ତୈଳ କାରବାର ବନ୍ଦ କରିବାକୁ ପଡ଼ିଥିଲା । ମାତ୍ର, ଭାରତୀୟ ନୌସେନାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାହାଜ ସହିତ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ରହିଥିଲେ ।

oil tanker

ଇରାନ ଯୁଦ୍ଧ ପରିସ୍ଥିତି ପରେ ଭାରତକୁ ସଫଳତାର ସହ ଫେରିବାରେ ଏହା ତୃତୀୟ ବଡ଼ ଜାହାଜ । ଶିବାଲିକ ପ୍ରଥମ ଏଲପିଜି ଟ୍ୟାଙ୍କର, ଯିଏ ସୋମବାର ମୁନ୍ଦ୍ରା ପହଞ୍ଚିଥିଲା । ନନ୍ଦା ଦେବୀ ଦ୍ୱିତୀୟ ଏଲପିଜି ଟ୍ୟାଙ୍କର, ଯିଏ ମଙ୍ଗଳବାର କାଣ୍ଡଲା ବନ୍ଦରରେ ପହଞ୍ଚିଥିଲା । ଜଗ ଲାଡକୀ ତୃତୀୟ ଅଶୋଧିତ ତୈଳ ଟ୍ୟାଙ୍କର, ଯିଏ ଆଜି ମୁନ୍ଦ୍ରାରେ ପହଞ୍ଚିଛି ।

'ଜଗ ଲାଡକୀ'ର ଅର୍ଥ ହେଉଛି 'ଦୁନିଆର ଗେହ୍ଲା ଝିଅ' । ଏହି ବିଶାଳକାୟ ଟ୍ୟାଙ୍କରଟି ୨୦୧୦ ମସିହାରେ ନିର୍ମିତ ହୋଇଥିଲା । ଏହା ଭାରତର ଅଗ୍ରଣୀ ସିପିଂ କମ୍ପାନୀ 'ଗ୍ରେଟ୍ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀ ଲିମିଟେଡ୍' ର ଏକ ଅଂଶ । ଏହି ଜାହାଜ ମୁଖ୍ୟତଃ ଭାରତ ଏବଂ ୟୁଏଇ, ଇରାକ ଓ ସାଉଦି ଆରବ ମଧ୍ୟରେ ବାଣିଜ୍ୟିକ କାରବାର କରେ ।

ସୁରକ୍ଷିତ ଭାବେ ତିନୋଟି ଜାହାଜ ଫେରିଥିଲେ ମଧ୍ୟ ସଙ୍କଟ ଏଯାଏଁ ଟଳିନାହିଁ । ଶିପିଂ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୨୨ଟି ଭାରତୀୟ ଜାହାଜ ଏବେ ମଧ୍ୟ ହର୍ମୁଜ ପ୍ରଣାଳୀ ଅଞ୍ଚଳରେ ରହିଛନ୍ତି । ଏଥିମଧ୍ୟରେ ୬ଟି ଏଲପିଜି ଟ୍ୟାଙ୍କର ଅଛି, ଯେଉଁଥିରେ ୩ ଲକ୍ଷ ଟନରୁ ଅଧିକ ଗ୍ୟାସ୍ ରହିଛି । ଏହା ବ୍ୟତୀତ କେମିକାଲ୍ ଟ୍ୟାଙ୍କର, କଣ୍ଟେନର ସିପ୍ ଏବଂ ବଲ୍କ କ୍ୟାରିୟର ମଧ୍ୟ ସେଠାରେ ଅଟକି ରହିଛନ୍ତି । 'ଜଗ ଲାଡକୀ'କୁ ହର୍ମୁଜ ପ୍ରଣାଳୀ ଦେଇ ଆସିବାକୁ ପଡ଼ିନାହିଁ, କାରଣ ଫୁଜୈରା ବନ୍ଦର ଓମାନ ଉପସାଗରରେ ଅବସ୍ଥିତ । ତଥାପି ଯୁଦ୍ଧକ୍ଷେତ୍ରର ନିକଟବର୍ତ୍ତୀ ହୋଇଥିବାରୁ ଏହା ଏକ ବଡ଼ ବିପଦ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+