Get Updates
Get notified of breaking news, exclusive insights, and must-see stories!

୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହୁଛି । କିଛି ସ୍ଥାନରେ କାଁ ଭାଁ ବର୍ଷା ବି ହେଉଛି । ଗତ ୩ ଦିନ ହେବ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ଅଛି । ଆଗକୁ ତାତି ଆହୁରି କମିପାରେ । ଆସନ୍ତା ୩-୪ ଦିନ ପରେ ଦିନ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

rain

ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଝଡ଼ବର୍ଷା ହୋଇପାରେ । ୧୯ ତାରିଖ(ଗୁରୁବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ସ୍ଥାନରେ କୁଆପଥର ସହ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୧ ତାରିଖରେ ମୟୂରଭଞ୍ଜ କେନ୍ଦୁଝର ଓ ବାଲେଶ୍ୱରରେ ଝଡ଼ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ମଙ୍ଗଳବାର ଦାରିଙ୍ଗବାଡ଼ିରେ ୨୯ମିମି ବର୍ଷା ହୋଇଛି । ନୂଆପଡ଼ାରେ ୨୦.୬ ମିମି ବର୍ଷା ହୋଇଛି । ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୩୬.୬, ବଲାଙ୍ଗୀରରେ ୩୬.୩, ସମ୍ବଲପୁରରେ ୩୬.୧, ଭବାନୀପାଟଣା ଓ ଟିଟିଲାଗଡ଼ରେ ୩୬ ମିମି ବର୍ଷା ହୋଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+