ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ରାଜ୍ୟଗୁଡ଼ିକରେ କମର୍ସିଆଲ ଗ୍ୟାସ ଆବଣ୍ଟନକୁ ୨୦%ରୁ ୩୦%କୁ ବୃଦ୍ଧି କରିବାକୁ ଆହ୍ୱାନ
ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକରେ ବ୍ୟବସାୟିକ ଏଲ୍.ପି.ଜି.ର ଆବଣ୍ଟନକୁ ୨୦ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ନୀରଜ ମିତ୍ତଲ କହିଛନ୍ତି, ଏହି ପର୍ଯ୍ୟାୟରେ ଏହି ପଦକ୍ଷେପ ଏଲ୍.ପି.ଜି.ରୁ ପି.ଏନ୍.ଜି.କୁ ଦୀର୍ଘମିଆଦି ପରିବର୍ତ୍ତନରେ ସାହାଯ୍ୟ କରିବ।
ଦୀର୍ଘକାଳୀନ ଭାବେ ଏଲ୍.ପି.ଜି. ବ୍ୟବହାର ହ୍ରାସ କରିବା, ପି.ଏନ୍.ଜି. ବ୍ୟବହାର ବୃଦ୍ଧି କରିବା ଏବଂ ବ୍ୟବସାୟିକ ଏଲ୍.ପି.ଜି. ଆବଣ୍ଟନରେ ୧୦ ପ୍ରତିଶତ ବୃଦ୍ଧି ପାଇଁ ଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ସଚିବ ବିଭିନ୍ନ ସଂସ୍କାର ପାଇଁ ଆହ୍ୱାନ କରିଛନ୍ତି।ଏହି ପଦକ୍ଷେପ ଛୋଟ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କ ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି । ଯେଉଁମାନେ ପୂର୍ବରୁ ପର୍ବପର୍ବାଣୀ କିମ୍ବା ବୃଦ୍ଧି ଚାହିଦା ସମୟରେ ଅଭାବର ସମ୍ମୁଖୀନ ହୋଇଥିଲେ ସେମାନେ ଆଶ୍ବସ୍ତି ପାଇବେ । ବର୍ତ୍ତମାନ, ସମସ୍ତ ରାଜ୍ୟକୁ କୌଣସି ବାଧା ବିନା କମର୍ସିଆଲ ଏଲପିଜି ଯୋଗାଣ କରାଯାଉଛି ।

ଘରୋଇ ଏଲପିଜି ଉତ୍ପାଦନରେ ରେକର୍ଡ ହୋଇଥିବା ୪୦% ବୃଦ୍ଧି ସରକାରଙ୍କ ପାଇଁ ଆଶ୍ୱସ୍ତିର ଏକ ଉତ୍ସ। ଏହା ସତ୍ତ୍ୱେ, ଅଧିକାରୀମାନେ କହିଛନ୍ତି ଯେ ଏଲପିଜି ସମ୍ପର୍କିତ ବିଶ୍ୱ ଏବଂ ଘରୋଇ ପରିସ୍ଥିତି ଚିନ୍ତାର କାରଣ ରହିଛି। ଏହାକୁ ଦୃଷ୍ଟିରେ ରଖି, ସରକାର ନାଗରିକମାନଙ୍କୁ ଏକ ସ୍ୱତନ୍ତ୍ର ନିବେଦନ ଜାରି କରିଛନ୍ତି । ଯେଉଁ ଅଞ୍ଚଳରେ ପିଏନଜି ସୁବିଧା ଉପଲବ୍ଧ, ସେଠାରେ ଗ୍ରାହକମାନେ ଏଲପିଜି ସିଲିଣ୍ଡର ଉପରେ ନିର୍ଭରଶୀଳତା ଛାଡି ପିଏନଜି ବ୍ୟବହାର କରିବା ଉଚିତ। ଏହା କେବଳ ବଣ୍ଟନ ନେଟୱାର୍କ ଉପରେ ଚାପ କମ କରିବ ନାହିଁ ବରଂ ଏହା ଏକ ସୁରକ୍ଷିତ ଏବଂ ଅଧିକ ସୁଲଭ ବିକଳ୍ପ ମଧ୍ୟ ହେବ।












Click it and Unblock the Notifications