Get Updates
Get notified of breaking news, exclusive insights, and must-see stories!

ନନ୍ଦନକାନନରୁ ଯିବେ ୩ ପ୍ରଜାତିର ୭ ଜୀବଜନ୍ତୁ , ଆସିବେ ୧୮ ଜୀବଜନ୍ତୁ

ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ପୁଣି ଏକ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା ଅନୁମତି କ୍ରମେ ଆସନ୍ତା ୧୯ ତାରିଖରେ ନନ୍ଦନକାନନର ଏକ ଟିମ ଜନ୍ତୁ ଆଣିବା ପାଇଁ ଗୁଜୁରାଟ ଜୁନାଗଡ଼ର ସକରବାଗ୍‌ ଚିଡ଼ିଆଖାନାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ୩ ପ୍ରଜାତିର ୭ଟି ଜୀବଜନ୍ତୁ ଦେଉଥିବାବେଳେ ସକରବାଗ୍‌ ଚିଡ଼ିଆଖାନାରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ଆଣିବ । ଆଣୁଥିବା ଜନ୍ତୁମାନଙ୍କ ମଧ୍ୟରେ ଦୁଇ ଯୋଡ଼ା କଲରାପତରିଆ ବାଘ, ଦୁଇ ଯୋଡ଼ା ଡେମୋଇସେଲ କ୍ରେନ ଓ ୫ ଯୋଡ଼ା ଜଙ୍ଗଲୀ ନାଲି କୁକୁଡ଼ା ଅଛନ୍ତି । ସେହିପରି ପ୍ରତିବଦଳରେ ଗୋଟିଏ ଅଣ୍ଡିରା ଓଟପକ୍ଷୀ, ୩ଟି କୁଜି ହରିଣ ଓ ୩ଟି ଚଉଶିଙ୍ଗା ଯିବେ ।

nandan kanan

ନନ୍ଦନକାନନ ଏହି ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ନୂଆ ପକ୍ଷୀ ଡେମୋଇସେଲ କ୍ରେନ ଆଣୁଥିବା ବେଳେ ଅନ୍ୟ ଜୀବଜନ୍ତୁମାନଙ୍କୁ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଆଣୁଛି । ଫଳରେ ନନ୍ଦନକାନନରେ ଥିବା ସେହି ପ୍ରଜାତୀର ଜନ୍ତୁମାନଙ୍କ ସହିତ ମିଳନ କରାଇ ସୁସ୍ଥ ଜନ୍ତୁ ପାଇପାରିବ । ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଛି । ଗତ ୧୧ ତାରିଖରେ ଏକ ଲମ୍ବା ଥଣ୍ଟିଆ (ଲଙ୍ଗ୍‌ ବିଲଡ) ଶାଗୁଣା ଅଣ୍ଡାରୁ ଛୁଆ ବାହାରିଛି । ଏହି ଛୁଆ ଜନ୍ମ ହେବା ପରେ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+