ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା.......
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ ବେଳେ ଆଇପିଏସି ଅଫିସ ଓ ଏହାର ମୁଖ୍ୟଙ୍କ ଘରେ ହଠାତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧସେଇ ପଶିବା ସହ ଉପସ୍ଥିତ ରହିବା ଆଦୌ ସୁଖଦ ସ୍ଥିତି ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ କ'ଣ ଏପରି ଏକ ବିରଳ ଘଟଣାରେ କେନ୍ଦ୍ରୀୟ ଏଜେନ୍ସିକୁ ବିନା ଉପଚାରରେ ସେମିତି ଛାଡ଼ିବା ଦରକାର ବୋଲି ପ୍ରଶ୍ନ କରିଛନ୍ତି।

ଏପରି ସ୍ଥିତିର ଉପଚାର କ'ଣ? ଆଗକୁ ଯଦି ଆଉ କୌଣସି ମୁଖ୍ୟମନ୍ତ୍ରୀ ସମାନ କାମ କରିବେ, ତା'ହେଲେ କ'ଣ ହେବ? ଆମକୁ ଏହାର ଉପାୟ ବାହାର କରିବାକୁ ପଡ଼ିବ। ଦରକାର ପଡ଼ିଲେ ଏପରି ସ୍ଥିତିର ମୁକାବିଲା ପାଇଁ ଏସ୍ଓପି ମଧ୍ୟ ଜାରି କରାଯାଇ ପାରିବ।"
ବେଙ୍ଗଲ ସରକାରଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ଶ୍ୟାମ ଡିଭାନ କହିଛନ୍ତି ଯେ ସମ୍ବିଧାନରେ କୌଣସି ପ୍ରକାରର ଉପାୟ କିମ୍ବା ଉପଚାର ଉପଲବ୍ଧ ନାହିଁ। ବିଭାଗ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ଓ ରିଟ ପିଟିସନର ସାହାରା ନେବା ବଦଳରେ କେନ୍ଦ୍ର ସରକାର ଉପଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ଭଲ।
ସିବିଆଇ, ଏନସିପି, ଡିଆରଆଇ ଓ ଅନ୍ୟ କୌଣସି କେନ୍ଦ୍ରୀୟ ଏଜେନ୍ସି ପାଖରେ ରାଜ୍ୟ ସରକାରଙ୍କୁ କୋର୍ଟକୁ ଟାଣିବାର ଅଧିକାର ନାହିଁ। ଏପରି କି ସିଆଇଡି, ଭିଜିଲାନ୍ସ କମିଶନ ଓ ଏସିବି ଭଳି ରାଜ୍ୟ ସ୍ତରୀୟ ତଦନ୍ତକାରୀ ସଂସ୍ଥା ପାଖରେ ଏହି ଅଧିକାରୀ ନାହିଁ ବୋଲି ସେ କହିଛନ୍ତି।
ଇଡି ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଯେ ଆଇପିଏସିର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ରେଡ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବେଆଇନ ଭାବେ ସେଠାରେ ଧସେଇ ପଶିଥିଲେ। ଏହାପରେ ଗୋଟିଏ ଲ୍ୟାପଟପ, ଫୋନ ଓ ଏକାଧିକ ଦସ୍ତାବିଜ ନେଇ ଚାଲି ଯାଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସେଦିନ ତାଙ୍କ ସହ ଉପସ୍ଥିତ ଅଧିକାରୀଙ୍କ ବିରୋଧରେ ପୁଲିସ୍ କେସ କରିବାକୁ ଇଡି ଅନୁରୋଧ କରିଛି।
ସୁପ୍ରିମକୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ନିଜର ମତ ରଖିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୪ରେ ହେବ ବୋଲି କହିଛନ୍ତି।












Click it and Unblock the Notifications