ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଫଟୋ, ଭିଡିଓ ଅପ୍ଲୋଡ କରୁଥିବା ଅଭିଯୋଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାର ମୋଟ ୩୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଭାରତୀୟ ସାମିଲ ଅଛନ୍ତି। ପ୍ରଥମ ଦଫାରେ ୧୦ ଜଣଙ୍କୁ ଏବଂ ଦ୍ବିତୀୟ ଦଫାରେ ୨୫ ଜଣଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ଇରାନ ସପକ୍ଷରେ ଏଭଳି ମିଥ୍ୟା ଓ ଏଆଇ ଜ୍ଞାନକୌଶଳରେ ପ୍ରସ୍ତୁତ ଫଟୋ ଓ ଭିଡିଓ ଅପ୍ଲୋଡ କରିଛନ୍ତି। ଫଳରେ ୟୁଏଇର ଜାତୀୟ ନିରାପତ୍ତା ବିପନ୍ନ ହେବା ସହିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ଏମାନଙ୍କର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ।












Click it and Unblock the Notifications