Get Updates
Get notified of breaking news, exclusive insights, and must-see stories!

ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ

ବୈତରଣୀ ନଦୀରେ ବାରୁଣୀ ସ୍ନାନ । ଯାଜପୁରର ଦଶାଶ୍ବମେଧ ଘାଟରେ ବୁଡ଼ ପକାଇଲେ ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁ । ଯାଜପୁର ଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଛି । ସ୍ନାନ ପରେ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଛି । ଏଥିରେ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି ।

ବିଭିନ୍ନ ନଦୀ କୂଳରେ ବାରୁଣୀ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଲେ ଅଶେଷ ପୁଣ୍ୟ ମିଳିବାର ରହିଛି ବିଶ୍ୱାସ । ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି ବୈତରଣୀ ନଦୀ କୂଳରେ । ଲୋକଙ୍କ ବିଶ୍ୱାସ ରହିଛି ଗଙ୍ଗାଠୁ ବୈତରଣୀ ୧୨ ବର୍ଷ ବଡ଼ । ତେଣୁ ଗଙ୍ଗା ନଦୀ ଭଳି ଓଡ଼ିଶାରେ ବୈତରଣୀ ହିଁ ବାରୁଣୀ ସ୍ନାନ ପାଇଁ ସର୍ବଶ୍ରେଷ୍ଠ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

devotees gather on the banks of Baitarani

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି । ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମାଆ ବିରଜା, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ବରାହ, ଯମ ମାଆ ସାତ ଭଉଣୀ, ଶନି ମନ୍ଦିରରେ ଦର୍ଶନ କରି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+