ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର
ବଦଳିବ କର୍ମଚାରୀଙ୍କ ଇପିଏଫଓ ପେନସନ୍ ଯୋଜନା । ମାସିକ ସର୍ବନିମ୍ନ ପେନସନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ଏଥିପାଇଁ ସଂସଦର ଏକ କମିଟି ସୁପାରିଶ କରିଛନ୍ତି । ଇପିଏଫଓ କର୍ମଚାରୀ ପେନସନ୍ ଯୋଜନା-୧୯୯୫ଆଧାରରେ ଦୀର୍ଘଦିନ ଧରି ଥିବା ସର୍ବନିମ୍ନ ମାସିକ ପେନସନ ଯୋଜନା ୧୦୦୦ ଟଙ୍କାରେ ପରିବର୍ତ୍ତନ କରିବାକୁ କମିଟି ତରଫରୁ ସୁପାରିଶ କରାଯାଇଛି ।
ଏହି ସୁପାରିଶ ସେହି ସମୟରେ ହୋଇଛି ଯେତେବେଳେ ପେନସନଧାରୀମାନେ ପେନସନ ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ସେମାନଙ୍କ କହିବାନୁସାରେ ମାତ୍ର ୧୦୦୦ଟଙ୍କାରେ ଆଜିର ସମୟରେ ଚଳିହେବନି । ଯାହା ଅଧିକ ସମସ୍ୟା ସୃଷ୍ଟି କରିବ ।

ଗତ ମାର୍ଚ୍ଚ ମାସରେ ବିଭିନ୍ନ ପେନସନଧାରୀ ଦିଲ୍ଲୀର ଜନ୍ତର ମନ୍ତରରେ ଏକାଠି ହୋଇଥିଲେ । ସେମାନେ ପେନସନ ରାଶିକୁ ୭୫୦୦ ଟଙ୍କା କରିବା ପାଇଁ ଦାବି କରିଥିଲେ । ଇପିଏଫଓ କର୍ମଚାରୀ ପେସନ ଯୋଜନା-୧୯୯୫ ଆଧାରରେ ଏହି ରାଶି ବୃଦ୍ଧି କରିବାକୁ ସେମାନେ କହିଥିଲେ ।
ଶ୍ରମ ଏବଂ କୌଶଳ ବିକାଶ ସମ୍ବନ୍ଧିତ ଏକ କମିଟି ନିଜ ୧୫ତମ ରିପୋର୍ଟରେ କହିଛନ୍ତି ଯେ, କର୍ମଚାରୀଙ୍କୁ ସର୍ମନିମ୍ନ ମାସିକ ପେନସନ୍ ମିଳିବା ଆବଶ୍ୟକ । କାରଣ ଅନେକ କର୍ମଚାରୀ ବାର୍ଧକ୍ୟ ଏବଂ ରୋଗରେ ପୀଡିତ । ତେଣୁ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ରାଶି ସବୁ ଅଭାବକୁ ପୂରା କରିପାରିବ ନାହିଁ। ଅନେକ ପେନସନଭୋଗୀ ସର୍ବନିମ୍ନ ରାଶି ବୃଦ୍ଧି ପାଇଁ ଦାବି କରୁଛନ୍ତି । ଏନେଇ କମିଟି ଅଭିଯୋଗ ମଧ୍ୟ ପାଇଛନ୍ତି ।
କମିଟି ଆହୁରି କହିଛନ୍ତି ଯେ, ବର୍ତ୍ତମାନ ମିଳୁଥିବା ପେନସନ ଆଜିର ସମୟ ପାଇଁ ପର୍ଯ୍ୟାପ୍ତ ନୁହେଁ । ଦରଦାମ ବଢୁଛି । ସ୍ୱାସ୍ଥ୍ୟ ଉପରେ ଫୋକସ ଦେବାକୁ ପଡିବ । ଏବେ ଯେଉଁ ପେନସନ ମିଳୁଛି ତାହା ପର୍ଯ୍ୟାପ୍ତ ନୁହେଁ କିମ୍ବା ଅଭାବକୁ ପୂରଣ କରିବାରେ ଅସମର୍ଥ ଅଟେ । ତେଣୁ କମିଟି ଶ୍ରମ ମନ୍ତ୍ରାଳୟକୁ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସରକାର ପୂର୍ବରୁ ଅନେକ ଯୋଜନାରେ ପେନସନଭୋଗୀଙ୍କୁ ସହାୟତା ଦେଉଛନ୍ତି । ଏଥିରେ ଇପିଏଫଓରେ ପ୍ରଦାନ କରାଯାଉଥିବା ୧୦୦୦ ଟଙ୍କା ସାମିଲ ଅଛି । ତେଣୁ ଏହି ଅର୍ଥରାଶିର ତୁରନ୍ତ ସମୀକ୍ଷା କରାଯିବା ଆବଶ୍ୟକ । ଏହାକୁ ସମ୍ମାନଜନକ ସ୍ତରକୁ ଆଣିବା ଜରୁରୀ ।
କମିଟି ଆଉ ଏକ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି । କମିଟିର ରିପୋର୍ଟରେ ଦର୍ଶଯାଇଛି ଯେ, ଅନେକ ଶ୍ରମିକ ଠିକା ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ନିୟମିତ କର୍ମଚାରୀ ଭାବେ କାର୍ଯ୍ୟ କଲେ ମଧ୍ୟ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ଆର୍ଥିକ ସହଯୋଗ ମିଳିବାରେ ବିଳମ୍ବ ହେଉଛି । ଏହି ଶ୍ରମିକରଙ୍କୁ ଇପିଏଫଓ ଏବଂ ଇଏସଆଇରେ ସୁବିଧା ମିଳିବା ଦରକାର ବୋଲି ସଂସଦୀୟ କମିଟି ପ୍ରକାଶ କରିଛନ୍ତି ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications