ଭାରତର ପ୍ରଥମ ସହିଦ ଜୟୀ ରାଜଗୁରୁ
ମେଦିନୀପୁର ନିକଟବର୍ତ୍ତୀ ବାଜିତୋଟାର ଗୋଟିଏ ଝଙ୍କାଳିଆ ବରଗଛ ଡାଳରେ ତାଙ୍କର ଦୁଇ ଗୋଡ ବାନ୍ଧି ଦୁଇଫାଳ କରି ଦିଆ ଦିଆଯାଇଥିଲା । ଦିନଟି ଥିଲା ୧୮୦୬ ମସିହା ଅଗଷ୍ଟ ୯ ତାରିଖ। ସହିଦ ହୋଇଥିଲେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରାଜଗୁରୁ।
କୁଆଡେ ବହି ଯାଉଛି କାଳ
ଗଲାଣି କଟି କେତେଶ' ସାଲ
ରହିଛି ଏବେ କଥା
ଜଇଆ ପଛେ ଜୀବନ ଦେଲା
ନୁଆଁଇ ନାହିଁ ମଥା ।
ଜଇଆ ମୁଣ୍ଡ ନୁଆଁଇଲାନି।
ମେଦିନୀପୁର ନିକଟବର୍ତ୍ତୀ ବାଜିତୋଟାର ଗୋଟିଏ ଝଙ୍କାଳିଆ ବରଗଛ ଡାଳରେ ତାଙ୍କର ଦୁଇ ଗୋଡ ବାନ୍ଧି ଦୁଇଫାଳ କରି ଦିଆ ଦିଆଯାଇଥିଲା । ଦିନଟି ଥିଲା ୧୮୦୬ ମସିହା ଅଗଷ୍ଟ ୯ ତାରିଖ। ସହିଦ ହୋଇଥିଲେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରାଜଗୁରୁ। ହୁଏତ ନିୟତି କହୁଥିଲା ଏହି ଅଗଷ୍ଟ ୯ରେ ହିଁ ପୁନଜନ୍ମ ଲାଭ କରିବ 'ସ୍ୱାଧୀନତାର କ୍ରାନ୍ତି'। ଆଉ ସେଇଆ ହିଁ ହେଲା ।
ସଂଗ୍ରାମୀ ହେଉଛନ୍ତି ଜୟ କୃଷ୍ଣ ରାଜଗୁରୁ ମହାପାତ୍ର। ଓଡ଼ିଶାରେ ସେ ଜୟୀ ରାଜଗୁରୁ ନାମରେ ଅଧ୍ୟକ ଭାବରେ ଜଣା । ପୁରୀ ନିକଟବର୍ତ୍ତୀ ବୀର ହରେକୃଷ୍ଣପୁର ଗ୍ରାମରେ ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବପୁରୁଷ ଖୋର୍ଦ୍ଧା ରାଜାଙ୍କ ଦରବାରରେ ରାଜଗୁରୁ' ପଦରେ ରହି ଆସିଥିଲେ । ସେମାନେ ରାଜାଙ୍କୁ ରାଜନୀତି, ସାମରିକ ଓ ଧର୍ମ ସମ୍ବନ୍ଧୀୟ ପରାମର୍ଶ ଦେଉଥିଲେ । ଜୟୀ ରାଜଗୁରୁ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଖୋର୍ଦ୍ଧା ରାଜା ଦ୍ବିତୀୟ ଦିବ୍ୟସିଂହଦେବଙ୍କ ରାଜଗୁରୁଭାବେ ଅଭିଷିକ୍ତ ହୋଇଥିଲେ । ଦ୍ବିତୀୟ ଦିବ୍ୟସିଂହଦେବ ଅଳ୍ପ ବୟସରେ ମୃତ୍ୟୁବରଣ କରିବା ପରେ ସିଂହାସନ ପାଇଁ କନ୍ଦଳ ସୃଷ୍ଟି ହେଲା, ମାତ୍ର ରାଜଗୁରୁଙ୍କ ଚେଷ୍ଟାରେ ଦିବ୍ୟସିଂହଦେବଙ୍କ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବ ସିଂହାସନାରୂଢ଼ ହୋଇଥିଲେ । କିନ୍ତୁ ସେ ନାବାଳକ ଥିବାରୁ ତାଙ୍କ ତତ୍ତ୍ୱବଧାରକ ଭାବେ ଜୟୀ ରାଜଗୁରୁ ଶାସନ କାର୍ଯ୍ୟ ପରିଚାଳନା କରିଥିଲେ । । ମୁକୁନ୍ଦଦେବଙ୍କ ରାଜତ୍ଵ କାଳ ଓଡ଼ିଶା ଇତିହାସରେ ଅତି ଗୁରୁତ୍ଵପୂର୍ଣ୍ଣ ଥିଲା । ସେ ଥିଲେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା । ତାଙ୍କ ସମୟରେ ୧୮୦୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧ୍ବକାର କରି ଉତ୍ତରରେ ବାଲେଶ୍ବର ଓ କଟକ ଏବଂ ଦକ୍ଷିଣରେ ଗଞ୍ଜାମ ନିଜ ଶାସନ ଅନ୍ତର୍ଭୁକ୍ତ କରିଥିଲେ । ଖୋର୍ଦ୍ଧା ଏକ ସ୍ଵାଧୀନ ରାଜ୍ୟ ଥିଲା ।

ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ପଲାସି ଯୁଦ୍ଧରେ ସିରାଜ ଉଦୌଲାଙ୍କୁ ପରାସ୍ତ କରିବା ପରେ ଓଡ଼ିଶାର ମିଦିନାପୁର ଅଞ୍ଚଳ ଏହା ଅଧୀନକୁ ଆସି ଲ। ଏହ। ପରେ ଏହି ଅଗ୍ରସର ହେ।ଇ ବାଲେଶ୍ୱରରେ ଗୋଟିଏ କାରଖାନା ସ୍ଥାପନ କଲା । ଏହା ୧୭୬୫ ମସିହାରେ ହାଇଦ୍ରାବାଦ ନିଜାମଙ୍କଠାରୁ ଗୋଦାବରୀ ନଦୀଠାରୁ ଚିଲିକା ପର୍ଯ୍ୟନ୍ତ ଅଞ୍ଚଳକୁ ପାଇଥିଲା । ଏହା ଗଞ୍ଜାମରେ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲ । ଏଣୁ ଖୋର୍ଦ୍ଧା ମଧ୍ୟ ଦେଇ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଗୋଟିଏ ବାଣିଜ୍ୟ ପଥ ହାସଲ କରିବା ପାଇଁ ଇଂରେଜମାନେ ଚାହିଁଲେ । ପୁନଶ୍ଚ ସୈନ୍ୟମାନେ କଲିକତାଠାରୁ ମାନ୍ଦ୍ରାଜ ଯିବା ପାଇଁ ଖୋର୍ଦ୍ଧା ଦେଇ ଯିବାକୁ ପଡ଼ିଲା । ଏଣୁ ଇଂରେଜମାନେ ଏଥିପାଇଁ ରାଜା ଦ୍ବିତୀୟ ଦିବ୍ୟସିଂହ ଦେବଙ୍କୁ ୧୭୯୮ ମସିହାରେ ଅନୁମତି ମାଗିଲେ । ମାତ୍ର ଜୟୀ ରାଜଗୁରୁଙ୍କ ବିରୋଧ ଯୋଗୁଁ ଏହି ଅନୁମତି ମିଳିଲା ନାହିଁ । । ଗଞ୍ଜାମ ମାଜିଷ୍ଟ୍ରେଟ୍ କ ଣ୍ଡ୍ ଲ୍ ହାର କୋର୍ଟ ୧୮୦୩ ମସିହାରେ ମରାଠାମାନଙ୍କ ସହ ଦେଓଗାଁଓ ସନ୍ଧି କରି ରାହାଙ୍ଗ, ଚବିଶକୁଦ, ସେରାଇ ଓ ଲେମ୍ବାଇ ପ୍ରଗଣାର ଅଧୁକାର ପାଇଲେ । ଏହି ଚାରି ପ୍ରଗଣା ପୂର୍ବରୁ ଖୋର୍ଦ୍ଧାରେ ଥିଲା ।
ମାତ୍ର ମରାଠାମାନେ ଏକ ଯୁଦ୍ଧରେ ଖୋର୍ଦ୍ଧାକୁ ସାହାଯ୍ୟ କରିବା ପ୍ରତିବଦଳରେ ଏହାକୁ ନିଜ ଅଧୀନକୁ ନେଇଥିଲେ । କର୍ଣ୍ଣେଲ୍ ହାରକୋର୍ଟ ଖୋର୍ଦ୍ଧା ରାଜାଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଲେ ଯେ ଖୋର୍ଦ୍ଧା ଦେଇ ଇଂରେଜମାନଙ୍କ ସୈନ୍ୟ ଯିବା ପାଇଁ ଓ ବାଣିଜ୍ୟ ପଥ ପାଇଁ ଅନୁମତି ଦେଲେ ସେମାନେ ଏହି ଚାରି ପ୍ରଗଣା ଖୋଦ୍ଧାକୁ ଫେରାଇ ଦେବା ସହିତ ଏକ ଲକ୍ଷ ଟଙ୍କା ଓ ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ ଦେବେ । ଖୋର୍ଦ୍ଧାର ହିତ ପାଇଁ ଜୟୀ ରାଜଗୁରୁ ଏହି ପ୍ରସ୍ତାବରେ ରାଜି ହେଲେ । ଇଂରେଜମାନେ ପ୍ରଥମ ପଦକ୍ଷେପ ସ୍ୱରୂପ ୧୦,୦୦୦ ଟଙ୍କା ଦେଲେ, ମାତ୍ର ଚାରି ପ୍ରଗଣା ଫେରାଇବାକୁ ମନା କଲେ ଏବଂ ଗୋଟିଏ ନୂଆ ରାଜିନାମାରେ ଦସ୍ତଖତ କରିବାକୁ । କହିଲେ, ଯେଉଁଥିରେ ରାଜ୍ୟର ଶାସନ ଉପରେ ଇଂରେଜମାନଙ୍କ କର୍ତ୍ତୁତ୍ଵ ରହିବାର ବ୍ୟବସ୍ଥା ଥିଲା । ଜୟୀ ରାଜଗୁରୁଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ସଫଳ ହେଲାନାହିଁ । ଏଣୁ ସେ ଇଂରେଜମାନଙ୍କ କୋପ ଦୃଷ୍ଟିରେ ପଡ଼ିଲେ ଏବଂ ତାଙ୍କୁ ଖୋର୍ଦ୍ଧା ଦରବାରରୁ ବାହାର କରିବା ପାଇଁ ଇଂରେଜମାନେ ଚକ୍ରାନ୍ତ କଲେ । ସେମାନେ ରାଜାଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ଯାଚି ରାଜଗୁରୁଙ୍କୁ ବାହାର କରିବା ପାଇଁ ଚେଷ୍ଟା କଲେ, ମାତ୍ର ଏଥିରେ ସଫଳ ହେଲେ ନାହିଁ । ଇତି ମଧ୍ୟରେ ଜୟୀ ରାଜଗୁରୁ ଦୁଇ ହଜାର ସୈନିକ । ନେଇ ଇଂରେଜମାନଙ୍କଠାରୁ ଅବଶିଷ୍ଟ ଅର୍ଥ ଆଣିବା ପାଇଁ । କଟକ ଗଲେ । ସେ ସେମାନଙ୍କଠାରୁ ୪୦,୦୦୦ ଟଙ୍କା ପାଇଲେ ଏବଂ ଏହାକୁ ସୈନିକମାନଙ୍କର ବକେୟା ଦରମା । ବାବଦକୁ ଦେଲେ । କିନ୍ତୁ ଚାରି ପ୍ରଗଣା ଆଣିବା ପାଇଁ ସେ । ବ୍ୟର୍ଥ ହେଲେ । ଏଥିରେ କ୍ଷୁବ୍ଧ ହୋଇ ସେ ବ୍ରିଟିଶ ବିରୁଦ୍ଧରେ । ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଅଧୁକ ସୈନିକ ନିଯୁକ୍ତି ଦେଇ । ସେମାନଙ୍କୁ ପ୍ରଶିକ୍ଷଣ ଦେଲେ । ସେ ନାଗପୁର ଭୋନ୍ସଲେ । ରାଜାଙ୍କୁ ସାହାଯ୍ୟ ମାଗିଲେ ଏବଂ ତାଙ୍କଠାରୁ ସାହାଯ୍ୟର । ପ୍ରତିଶ୍ରୁତି ପାଇଲେ । । ଜୟୀ ରାଜଗୁରୁ ନିଜ ରାଜ୍ୟର ପ୍ରଗଣାଗୁଡ଼ିକୁ ଫେରି । ପାଇବା ପାଇଁ ଇଂରେଜମାନଙ୍କ ସହ ଯୁଦ୍ଧ କଲେ । କନିକା | ଓ କୁଜଙ୍ଗ ରାଜା ଖୋର୍ଦ୍ଧା ରାଜାଙ୍କୁ ସମର୍ଥନ ଦେଲେ । । ବିଶେନପୁର, ହରିଶପୁର ଓ ମରିଚପୁର ଜମିଦାର ମଧ୍ୟ । ଯୁଦ୍ଧରେ ଖୋର୍ଦ୍ଧା ସପକ୍ଷରେ ଲଢ଼ିଲେ ।

ଜୟୀ ରାଜଗୁରୁ ପାଇକମାନଙ୍କୁ ନେଇ ବ୍ରିଟିଶ ଅଞ୍ଚଳ ପିପିଲି ଉପରେ ଆକ୍ରମଣ କରି ଏହାକୁ ଅକାର କରି ନେଲେ । ଏହାପରେ କର୍ଣ୍ଣେଲ୍ ହାରକୋର୍ଟ ଅଧୁକ ସୈନିକ ନେଇ ପାଇକମାନଙ୍କୁ ପରାସ୍ତ କଲେ । ଏହିପରି ୧୮୦୪ ମସିହା ନଭେମ୍ବର ମାସରେ ଖୋର୍ଦ୍ଧା ରାଜ୍ୟ ଇଂରେଜମାନଙ୍କଠାରୁ । ପରାସ୍ତ ହେଲା ଏବଂ ଖୋର୍ଦ୍ଧାକୁ ବ୍ରିଟିଶ ଅଞ୍ଚଳରେ ମିଶାଇ ଦିଆଗଲା। କେତେଜଣଙ୍କ ବିଶ୍ବାସଘାତକତା ଯୋଗୁଁ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ରଣପୁର ଜଙ୍ଗଲରୁ । ଧରିଲେ ଏବଂ ତାଙ୍କୁ ନେଇ କଟକରେ ବନ୍ଦୀ କରି ରଖିଲେ । । ବନ୍ଦୀ ହେବା ପୂର୍ବରୁ ଜୟୀ ରାଜଗୁରୁ କୌଶଳରେ । ରାଜା ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧାରୁ ନେଇଯାଇ ପୁରୀର । ଗଙ୍ଗାମାତା ମଠରେ ନିରାପଦରେ ଲୁଚାଇ ରଖିଥିଲେ । ଦୁର୍ଭାଗ୍ୟବଶତଃ ରାଜା ଭୟଭୀତ ହୋଇ ବାଣପୁରର ପୌଜଦାର ଫତେ ମହମ୍ମଦଙ୍କୁ ନିଜର ନିରାପତ୍ତା ପାଇଁ ଯୋଗାଯୋଗ କଲେ । କିନ୍ତୁ ଫତେ ମହମ୍ମଦ ବିଶ୍ୱାସ ଘାତକତା କରି ଇଂରେଜମାନଙ୍କୁ ତାଙ୍କ ସୂଚନା ଦେଇଦେଲେ । ଫଳରେ ଇଂରେଜମାନେ ୧୮୦୫ ମସିହା ଜାନୁଆରୀ ୩ ତାରିଖରେ ରାଜାଙ୍କୁ ବନ୍ଦୀକରି କଟକର ବାରବାଟୀ ଦୁର୍ଗରେ ରଖିଲେ । ଖୋର୍ଦ୍ଧା ପତନ ସହ ଇଂରେଜମାନେ ସମଗ୍ର ଓଡ଼ିଶା ଅଧ୍ବକାର କଲେ ।
ଏହାପରେ ରାଜା ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ମିଦିନାପୁର ଜେଲ୍କୁ ସ୍ଥାନାନ୍ତର କରାଗଲା । ସେଠାରୁ ରାଜା ବ୍ରିଟିଶ ଗଭର୍ଣ୍ଣର ଜେନେରାଙ୍କୁ ଗୋଟିଏ ଦରଖାସ୍ତ ଲେଖି ଜଣାଇଲେ ଯେ, "ରାଜଗୁରୁଙ୍କ ତତ୍ବାବଧାନରେ ରାଜ୍ୟ ଶାସନ ଚାଲୁଥିଲା ଏବଂ ତାଙ୍କର କିଛି କ୍ଷମତା ନ ଥିଲା । ତାଙ୍କୁ ଖୋର୍ଦ୍ଧାରେ ଏକ ପ୍ରକାର ଆବଦ୍ଧ କରି ରଖାଯାଇଥିଲା ଏବଂ ବ୍ରିଟିଶ ବି ରୁଦ୍ଧରେ ରାଜଗୁରୁ ପାଇକମାନଙ୍କୁ ଉସୁକାଉଥିଲେ । ଏହାପରେ ବ୍ରିଟିଶ ସରକାର ମୁକୁନ୍ଦଦେବଙ୍କୁ ଜେଲ୍ରୁ ମୁକ୍ତ କରିଦେଲେ । କିନ୍ତୁ ତାଙ୍କୁ ଖୋଦ୍ଧା ଯିବାକୁ ଦିଆଗଲା ନାହିଁ । ତାଙ୍କୁ ପୁରୀରେ ରଖାଗଲା । ସେଠାରେ ତାଙ୍କ ପାଇଁ ଗୋଟିଏ ରାଜପ୍ରାସାଦ ନିର୍ମିତ ହେଲା । ତାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ପେନ୍ସନ୍ ଦିଆଗଲା ଏବଂ ଜଗନ୍ନାଥ ମନ୍ଦିରର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଗଲା । ଏହାପରେ ତାଙ୍କୁ ଖୋର୍ଦ୍ଧା ରାଜା ବଦଳରେ ପୁରୀ ରାଜା କୁହାଗଲା । ଜୟୀ ରାଜଗୁରୁ ବନ୍ଦୀ ହେବାପରେ ପାଇକ ବିଦ୍ରୋହ ବନ୍ଦ ହୋଇଗଲା । ପାଇକମାନେ ଆତ୍ମସମର୍ପଣ କଲେ । ଖୋର୍ଦ୍ଧାରୁ ସାହାଯ୍ୟ କରିଥିବା କନିକା ରାଜା ବଳଭଦ୍ର ଭଞ୍ଜଙ୍କୁ ବନ୍ଦୀ କରି ମିଦିନାପୁର ଜେଲ୍ରେ ରଖାଗଲା ଏବଂ କୁଜଙ୍ଗ ରାଜା ଚନ୍ଦ୍ରଧ୍ବଜ ଷେଣ୍ଟଙ୍କୁ ଗାଦିଚ୍ୟୁତ କରି ତାଙ୍କ ବଡ଼ ଭାଇ ମଧୁସୂଦନ ଷେଣ୍ଟଙ୍କୁ ନୂଆ ରାଜା କରାଗଲା । ମିଦିନାପୁରରେ ଜୟୀ ରାଜଗୁରୁଙ୍କ ବିଚାର ଚାଲିଲା ।
ସେ କଚେରୀରେ ସ୍ଵୀକାର କଲେ ଯେ ରାଜା ଜଣେ ବାଳକ ଥିବାରୁ ସେ ରାଜ୍ୟ ଶାସନ ପରିଚାଳନା କରୁଥିଲେ ଏବଂ । ଯାହାସବୁ ଘଟି ଯାଇଛି, ତାହା ତାଙ୍କ ନିର୍ଦ୍ଦେଶରେ ହୋଇଛି । ପୁନଶ୍ଚ ସେ ସାହସ ଓ ଦୃଢ଼ତାର ସହ କହିଲେ ଯେ ଖୋର୍ଦ୍ଧା । ମୋଗଲ, ମରାଠା କିମ୍ବା ଇଂରେଜମାନଙ୍କ ନୁହେଁ, ଏହା । ହେଉଛି ସେମାନଙ୍କର ଏବଂ ଏହାର ସ୍ଵାଧୀନତା ଓ ଅଖଣ୍ଡତା । ରକ୍ଷା କରିବା ପାଇଁ ବିଦ୍ରୋହ କରିବା ହେଉଛି ତାଙ୍କର । ନୈତିକ କର୍ତ୍ତବ୍ୟ । ସେ ନିର୍ଭୟରେ କହିଲେ ଯେ । ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେ ଅନୁତପ୍ତ । ନୁହନ୍ତି କିମ୍ବା ନିଜକୁ ଦୋଷୀ ମନେକରୁ ନାହାନ୍ତି ବରଂ ଦେଶମାତୃକା ପାଇଁ ସଂଗ୍ରାମ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ଏଥିରେ ବିଚାର ହୋଇ ତାଙ୍କୁ ୧୮୦୬ ମସିହା ଡିସେମ୍ବର ମାସ ୬ ତାରିଖରେ ମିଦିନାପୁରର ବାଘିତୋଟାରେ ଫାଶୀ ଦିଆଗଲା । ମାତୃଭୂମି ପାଇଁ ନିଜ ଜୀବନ ବଳି ଦେଇ ସେ ଅମର ଶହୀଦ ହୋଇଗଲେ ।
-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ












Click it and Unblock the Notifications