ସିଇସି ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ସଂସଦରେ ୧୯୩ ବିରୋଧୀ ସଦସ୍ୟଙ୍କ ସ୍ବାକ୍ଷର
ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ ନୋଟିସରେ ଲୋକ ସଭାର ୧୩୦ ଏବଂ ରାଜ୍ୟ ସଭାର ୬୩ ଏମ୍ପି ସ୍ବାକ୍ଷର କରିଛନ୍ତି। ସ୍ବାକ୍ଷରକାରୀଙ୍କ ମଧ୍ୟରେ ଇଣ୍ଡିଆ ବ୍ଲକ୍ର ସବୁ ସହଯୋଗୀ ଦଳର ଏମ୍ପିଙ୍କ ସମେତ ଆମ୍ ଆଦ୍ମୀ ପାର୍ଟି ସାଂସଦ ରହିଛନ୍ତି। କେତେଜଣ ସ୍ବାଧୀନ ଏମ୍ପି ନୋଟିସରେ ସ୍ବାକ୍ଷର କରିଥିବାବେଳେ ଅନ୍ୟ କେତେଜଣ ଏହି ପ୍ରକ୍ରିୟାର ଭାଗନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପଦବୀରେ ଥିବା ଜଣେ ସିଇସିଙ୍କୁ ବହିଷ୍କାର କରିବା ଲାଗି ପାର୍ଲାମେଣ୍ଟରେ ନୋଟିସ ଅଣାଯିବା ଏହା ପ୍ରଥମ ଘଟଣା।













Click it and Unblock the Notifications