ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନ ବିତିଗଲାଣି । ଏହା ଭିତରେ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚିଙ୍କ ମଧ୍ୟରେ ହୋଇଥିବା ଫୋନ କଥାବାର୍ତ୍ତା ପରେ ଇରାନ ଭାରତୀୟ ଟ୍ୟାଙ୍କରଗୁଡ଼ିକୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ସୁରକ୍ଷିତ ଯିବାକୁ ଅନୁମତି ଦେଇଛି ।

ଖବର ମୁତାବକ, ବୈଦେଶିକ ମନ୍ତ୍ରୀ ଇରାନର ଆରାଘଚିଙ୍କ ସହ କଥାବାର୍ତ୍ତା କରିବା ପରେ ଇରାନ ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କେବଳ ଇରାନ ସହିତ ନୁହେଁ ବରଂ ଅନ୍ୟାନ୍ୟ ପ୍ରମୁଖ ବିଶ୍ୱ ଶକ୍ତି ସହିତ ମଧ୍ୟ ସମନ୍ୱୟ ସ୍ଥାପନ କରିଛନ୍ତି । ସେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏବଂ ଫରାସୀ ବୈଦେଶିକ ମନ୍ତ୍ରୀ ଜିନ୍-ନୋଏଲ୍ ବାରୋଙ୍କ ସହିତ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।
ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜଗୁଡ଼ିକ ଏହି ରାସ୍ତାରେ କଠୋର କଟକଣାର ସମ୍ମୁଖୀନ ହେଉଥିବା ସମୟରେ ଇରାନ ଭାରତକୁ ଏହି ସ୍ୱତନ୍ତ୍ର ଛାଡ ଦେଇଛି । ଭାରତକୁ ଛାଡ ପ୍ରଦାନ କରି ଇରାନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜ ଉପରେ କଟକଣା ଜାରି ରହିବ, ଭାରତୀୟ ଟ୍ୟାଙ୍କରଗୁଡ଼ିକ ସୁରକ୍ଷିତ ଭାବରେ ହର୍ମୁଜ୍ ଦେଇ ପରିବହନ କରିପାରିବେ ।
ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏକ ତୈଳବାହୀ ଜାହାଜ ହର୍ମୁଜ୍ ଜଳପଥ ଅତିକ୍ରମ କରି ସୁରକ୍ଷିତ ଭାବେ ମୁମ୍ବାଇ ବନ୍ଦରରେ ପହଞ୍ଚିବାରେ ସଫଳ ହୋଇଛି । ଜାହାଜରେ ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ରହିଛି । ଜବାହର ଦ୍ୱୀପରେ ସନ୍ଧ୍ୟା ୬.୦୬ ମିନିଟରେ ଜାହାଜ ଲାଗିବା ପରେ ତୈଳ ଖଲାସ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ତୈଳ ପୂର୍ବ ମୁମ୍ବାଇର ମାହୁଲ (Mahul) ସ୍ଥିତ ରିଫାଇନାରୀକୁ ଯିବ ।
ହର୍ମୁଜ୍ ଜଳପଥ ଦେଇ ଏହି ବିଶାଳ ଜାହାଜର ସୁରକ୍ଷିତ ଆଗମନ ଭାରତର ସମ୍ଭାବ୍ୟ ତୈଳ ସଙ୍କଟକୁ କିଛି ମାତ୍ରାରେ କମ୍ କରିବ ବୋଲି ଆଶା କରାଯାଉଛି । କାରଣ ଭାରତକୁ ଆସୁଥିବା ମୋଟ ତୈଳ ଓ ଗ୍ୟାସର ଅଧାରୁ ଅଧିକ ଏହି ରାସ୍ତା ଦେଇ ଆସିଥାଏ ।
-
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
Ganga Expressway: ଭାରତର ସବୁଠାରୁ ବଡ଼ ଗ୍ରିନଫିଲ୍ଡ ଏକ୍ସପ୍ରେସୱେ, ଅଞ୍ଚଳୀୟ ବିକାଶକୁ ଦେବ ନୂଆ ଗତି -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
LPG ଦର ବୃଦ୍ଧିକୁ ନେଇ ବିବାଦ: ଭାରତର ନୀତି ନୁହେଁ, ବରଂ ଗ୍ଲୋବାଲ୍ ଏନର୍ଜି ଝଟକା ମୂଳ କାରଣ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଯୁଦ୍ଧ ଭିତରେ ସିଲିଣ୍ଡର ସଙ୍କଟ: ବନ୍ଦ ହେଇପାରେ ହୋଟେଲ-ରେଷ୍ଟୁରାଣ୍ଟ -
CAPF ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ -
ବଦଳିଲା ନିୟମ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକିଂ -
ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୋଧୀ ଦଳ ନେତାଙ୍କ ଟିପ୍ପଣୀ, ସଂସଦରେ ରାହୁଲ- ରବି ଶଙ୍କର ମୁହାମୁହିଁ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ












Click it and Unblock the Notifications