ଚୈତ୍ର ନବରାତୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟେନ୍
ଚୈତ୍ର ନବରାତୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କର ସୁବିଧା ଲାଗି ନୂଆଦିଲ୍ଲୀରୁ ଶ୍ରୀମାତା ବୈଷ୍ଣୋଦେବୀ କାଟ୍ରା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଅବଧିକୁ ବୃଦ୍ଧି କରାଯାଇଛି । ଏ ସଂପର୍କରେ ସୂଚନା ଦେଇ ଉତ୍ତରାଞ୍ଚଳ ରେଳବାଇର ଜାମ୍ମୁ ରେଳ ଡିଭିଜନ ପକ୍ଷରୁ କୁହାଯାଇଛି, ଯାତ୍ରୀମାନେ ଯେଭଳି ସୁରୁଖୁରୁରେ ଯାତ୍ରା କରି ମାତାଙ୍କ ଦର୍ଶନ କରିପାରିବେ ସେଥିଲାଗି ଏହି ଟ୍ରେନ୍ର ଚଳାଚଳକୁ ଆସନ୍ତା ୧୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପୂର୍ବରୁ ଏହି ଟ୍ରେନ୍ର ଚଳାଚଳ ଫେବୃୟାରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସେହିଭଳି ବୈଷ୍ଣୋଦେବୀରୁ ନୂଆଦିଲ୍ଲୀକୁ ଏହି ଟ୍ରେନ୍ ଗତ ୯ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ସ୍ଥିର ହୋଇଥିଲା । ତେବେ ବର୍ତ୍ତମାନ ଏହାର ଚଳାଚଳ ଅବଧିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଉତ୍ତରାଞ୍ଚଳ ରେଳବାଇ କହିଛି ।












Click it and Unblock the Notifications