ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଏହା ଉପରେ ସଂସଦରେ ଦୁଇଦିନ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଶେଷରେ ଗତକାଲି ଧ୍ବନୀ ମତରେ ଖାରଜ ହୋଇଛି। ଅନାସ୍ଥା ଖାରଜ ପରେ ଗୁରୁବାର ଓମ୍ ବିର୍ଲା ସଂସଦକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଠିକ୍ ନୁହେଁ। ସେ କହିଛନ୍ତି ଯେତେବେଳେ କୌଣସି ସାଂସଦ ସଂସଦର ମର୍ଯ୍ୟାଦା ଭଙ୍ଗ କରନ୍ତି ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଏ।
ସଂସଦର ଉପରେ କେହି ନୁହେଁ
ଓମ୍ ବିର୍ଲା କହିଛନ୍ତି,କିଛି ସଦସ୍ୟ ଭାବନ୍ତି ବିରୋଧି ଦଳ ନେତା ଗୃହଠାରୁ ଉପରେ। ଯେ କୌଣସି ବିଷୟରେ କିଛି କହିପାରିବେ,କିନ୍ତୁ ଏଭଳି ବିଶେଷାଧିକାର କାହାର ନାହିଁ। ସେ ବିରୋଧି ଦଳ ନେତା,ମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀ ବି ନୁହନ୍ତି। ତାଙ୍କ ଭଳି ଗୃହର ଅନ୍ୟ ସଦସ୍ୟଙ୍କ କହିବାର ସମାନ ଅଧିକାର ରହିଛି। ଏହି ନିୟମ ସଂସଦ ହିଁ ତିଆରି କରିଛି ଓ ମୁଁ ଏହି ପରମ୍ପରାକୁ ଆଗକୁ ବଢାଉଛି।'
ସଂସଦ ନିରପେକ୍ଷ ଭାବରେ ପରିଚାଳିତ ହେବା ଉଚିତ
ନିଜ ସମ୍ବୋଧନ ଆରମ୍ଭରୁ ସେ କହିଥିଲେ,ମୁଁ ସବୁବେଳେଏହା ଚେଷ୍ଟା କରୁଛି ଯେ,ଲୋକସଭାରେ ପ୍ରତ୍ୟେକ ସଦସ୍ୟ ନିୟମ ଅନୁସାରେ ନିଜର ମତ ରଖନ୍ତୁ। ଏଥି ପାଇଁ ସମସ୍ତଙ୍କୁ ସମୟ ଦେବାର ଚେଷ୍ଟା କରିଛି। ମୁଁ ସବୁବେଳେ ଏହି ଚେଷ୍ଟା କରିଛି ଗୃହକାର୍ଯ୍ୟ ନିରପେକ୍ଷ, ଅନୁଶାସନ,ସନ୍ତୁଳନ ଏବଂ ନିୟମ ସହ ପରିଚାଳନ ହେଉ। ମୁଁ ନିଜର ନୈତିକ କର୍ତ୍ତବ୍ୟ ପାଳନ କରିଛି। ନିଜ ବିରୋଧରେ ଅନାସ୍ଥା ପ୍ରସ୍ତାବର ନୋଟିସ୍ ଦିଆଯିବା ପରେ ଲୋକସଭାର କାର୍ଯ୍ୟ ସଞ୍ଚାଳନଠାରୁ ମୁଁ ନିଜକୁ ଅଲଗା ରଖିଥିଲି।

ଉଲ୍ଲେଖନୀୟ ଯେ, ଏହି ପୁରା ଅନାସ୍ଥା ପ୍ରସ୍ତାବର କାର୍ଯ୍ୟାନୁଷ୍ଠାନ ବେଳେ ଓମ୍ ବିର୍ଲା ନିଜେ ବାଚସ୍ପତି ଆସନରେ ବସିନଥିଲେ। ଆଜି ଲୋକସଭାରେ ବିର୍ଲା କହିଛନ୍ତି, ସେ ସବୁ ଅଭିଯୋଗର ଜବାବ ଦେବାର ଚେଷ୍ଟା କରିଛନ୍ତି, ଯାହା ତାଙ୍କ ବିରୋଧରେ ଲଗାଯାଇଛି। ସମସ୍ତଙ୍କୁ ସମାନ ଭାବରେ କହିବାକୁ ସୁଯୋଗ ଦେଇଛି। ଅନାସ୍ଥା ପ୍ରସ୍ତାବ ଉପରେ ଦୁଇ ଦିନ ଚର୍ଚ୍ଚା ବି ହୋଇଛି। ଏହା ୧୪୦ କୋଟି ଜନତାଙ୍କ ଗୃହ। ସଂସଦୀୟ ବ୍ୟବସ୍ଥା ପ୍ରତି ମୋର ଅତୁଟ ଭରସା ରହିଛି। ଗୃହରେ ସହମତି ଓ ଅସହମତିର ପରମ୍ପରା ବି ରହିଛି। ମୁଁ ପ୍ରତ୍ୟେକ ସଦସ୍ୟଙ୍କ କଥାକୁ ଗମ୍ଭୀରତାର ସହ ଶୁଣିଛି। ମୁଁ ସମର୍ଥନଓ ଆଲୋଚନା କରୁଥିବାସବୁ ସାଂସଦଙ୍କୁ ଧନ୍ୟବାଦ ଜଣାଉଛି। ଏହି ଆସନ କୌଣସି ବ୍ୟକ୍ତିଙ୍କର ନୁହେଁ।'












Click it and Unblock the Notifications