ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର
ଦେଶ୍ୟାବ୍ୟାପି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ବାସଗ୍ୃହ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ଲାଗି ସରକାର ନିରବଚ୍ଛିନ୍ନ ଇନ୍ଧନ ଯୋଗାଣସୁନିଶ୍ଚିତ କରିଛନ୍ତି । ଗତକାଲି ନୂଆଦିଲ୍ଲୀଠାରେ ପଶ୍ଚିମ ଏସିଆର ସାଂପ୍ରତିକ ସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶୋଧନାଗାର ଗୁଡ଼ିକରେ ଘରୋଇ ଏଲ୍ପିଜି ଉତ୍ପାଦନ ହାର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।
ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ବର୍ତ୍ତମାନ ରାଜ୍ୟ ସରକାରମାନଙ୍କନିକଟରେ ଉପଲବ୍ଧ ରହିଛି ଏବଂ ଏହାକୁ ଗ୍ରାହକମାନଙ୍କୁ ବିତରଣ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ସେହିଭଳି ଘରୋଇ ପିଏନ୍ଜି ଏବଂ ସିଏନ୍ଜି ଇନ୍ଧନ ଯୋଗାଣ ମଧ୍ୟ ସୁନିଶ୍ଚିତ କରାଯାଛି । ଏଥିଲାଗି ସରକାରଙ୍କ ନିର୍ଦ୍ଦେଶାବଳୀକୁ ଠିକ୍ ରୂପେ ପାଳନ କରିବା ଲାଗି ସମସ୍ତ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିରେ ଅବହେଳା ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।













Click it and Unblock the Notifications