Get Updates
Get notified of breaking news, exclusive insights, and must-see stories!

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ, କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ମୋଦୀ

ମହିଳା ସଂରକ୍ଷଣ ପାଇଁ ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେସନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ କରିଛନ୍ତି । ଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଧନ ସମ୍ମିଳନୀ ଉପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଗତ ପରେ ସମସ୍ତଙ୍କ ସହଯୋଗରେ ପାରିତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ସୂତ୍ର ଅନୁଯାୟୀ, ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ମହିଳା ସଂରକ୍ଷଣ ଆଇନ୍ ୨୦୨୩ରେ ସଂଶୋଧନ ପାଇଁ ବ୍ୟାପକ ସମର୍ଥନ ସୃଷ୍ଟି କରିବା ।

modi

ଏହା ଭାଜପାର ବ୍ୟାପକ ନିର୍ବାଚନୀ ରଣନୀତିର ଏକ ଅଂଶ ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ସଫଳ ମହିଳାମାନଙ୍କୁ ଏକତ୍ରିତ କରି ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଅଧିକୃତ ବିବୃତ୍ତି ଅନୁଯାୟୀ, ଏହି ସମ୍ମିଳନୀ "ଭାରତର ବିକାଶ ଯାତ୍ରାରେ ମହିଳାଙ୍କ ଅଂଶଗ୍ରହଣକୁ ବଢ଼ାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ମଜବୁତ୍ କରିବା ପାଇଁ ଆୟୋଜନ କରାଯାଉଛି ।

ଏହା ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଶାସନ ଓ ନେତୃତ୍ୱରେ ମହିଳାଙ୍କର ବଢ଼ୁଥିବା ଭୂମିକାକୁ ଆଲୋକିତ କରିବ। ଏହି କାର୍ଯ୍ୟକ୍ରମ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କର ଅଧିକ ପ୍ରତିନିଧିତ୍ୱର ଗୁରୁତ୍ୱକୁ ଆଉଥରେ ଜୋର୍ ଦିଆଯିବ। ୨୦୨୩ ସେପ୍ଟେମ୍ବରରେ ସଂସଦରେ 'ନାରୀ ଶକ୍ତି ବନ୍ଦନ ଅଧିନିୟମ୍' ପାରିତ ହୋଇଥିଲା, ଏଥିରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ୨୦୨୩ରେ ସମ୍ବିଧାନରେ ସଂଶୋଧନ ଆଣି କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+