ମେରିକା ଗୁଇନ୍ଦାର ବଡ଼ ଖୁଲାସା, ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛି ଚୀନ୍
ଚୀନ୍ ଗୋଟିଏ ପଟେ ନିଜକୁ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ କରାଉଥିବା ଶାନ୍ତିଦୂତ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ବେଜିଂ ଆଗାମୀ କିଛି ସପ୍ତାହରେ ଇରାନକୁ କାନ୍ଧରେ ରଖି ଉପଯୋଗ କରି ହେଉଥିବା ବିମାନଭେଦି ମିଜାଇଲ ସିଷ୍ଟମ ଯୋଗାଇ ଦେବାକୁ ପ୍ରସ୍ତୁତି ଚଳାଇଛି। ଏହି ମିଜାଇଲ ସିଷ୍ଟମ କମ୍ ଉଚତାରେ ଉଡୁଥିବା ଆମେରିକା ହେଲିକପ୍ଟର ଓ ଯୁଦ୍ଧବିମାନ ଲାଗି ବିପଦଜନକ ହୋଇପାରେ। ଗୁଇନ୍ଦା ସୁତ୍ର ମୁତାବକ ଚୀନ୍ ଏହି ସବୁ ଅସ୍ତ୍ରଶସ୍ତ୍ରକୁ ତୃତୀୟ ଦେଶ ମାଧ୍ୟମରେ ପଠାଇବାକୁ ଉଦ୍ୟମ କରୁଛି, ଯାହାଦ୍ୱାରା ଏହାର ଅସଲ ଉତ୍ପତିକୁ ଲୁଚା ଯାଇ ପାରିବ।

ମ୍ୟାନ୍ ପ୍ୟାଡସ୍ ପଠାଇବା ପ୍ରସ୍ତୁତିରେ ଚୀନ୍
ଆମେରିକୀୟ ଗୁଇନ୍ଦା ଏଜେନ୍ସୀ ରିପୋର୍ଟ ଅନୁସାରେ ଇରାନକୁ ଚୀନ୍ ଅତ୍ୟାଧୁନିକ ହ୍ୟାଣ୍ଡ ହେଲ୍ଡ ହିଟ୍ ସିକିଂ ମିଜାଇଲ ସିଷ୍ଟମ ଯୋଗାଣ କରିବ। ଗତ ସପ୍ତାହରେ ଇରାନ ଯେଉଁ ଆମେରିକୀୟ ଏଫ-୧୫ ଜେଟକୁ ମାରି ଖସେଇଥିଲା ସେଥିରେ ଏହିଭଳି ମିଜାଇଲ ବ୍ୟବହାର କରାଯାଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ସଂକେତ ଦେଇଥିଲେ। ଯଦି ଏହି ମିଜାଇଲ ଚୀନ୍ ପ୍ରସ୍ତୁତ ବୋଲି ପ୍ରମାଣିତ ହୁଏ ତେବେ ଯୁଦ୍ଧରେ ଏହାକୁ ବେଜିଂର ପ୍ରତ୍ୟକ୍ଷ ଭାଗିଦାରୀର ପ୍ରମାଣ ବୁଝାଯିବ ବୋଲି କହିଛନ୍ତି।
ଟ୍ରମ୍ପଙ୍କ ବେଜିଂ ଯାତ୍ରା ସନ୍ଦେହରେ
ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ମାସରେ ରାଜଧାନୀ ବେଜିଂରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏପଟେ ଚୀନ୍ ଯୁଦ୍ଧବିରାମରେ ନିଜ ଭୂମିକାର ଦାବି କରୁଛି, ଅନ୍ୟପଟେ ଇରାନର ସାମରିକ କ୍ଷମତା ମଜଭୁତ କରିବାରେ ଲାଗିଛି। ଏଥିରେ ଟ୍ରମ୍ପ-ସି ବାର୍ତ୍ତା ଏବେ ଉତ୍ତେଜନାପୂର୍ଣ୍ଣ ହେବ ବୋଲି ଆଶଙ୍କା କରାଯାଉଛି। ଏଥିରେ ଯଦି ଆମେରିକାକୁ ଚୀନ୍ ଅସ୍ତ୍ରଶସ୍ତ୍ରର ମଜଭୁତ ପ୍ରମାଣ ମିଳେ ତେବେ ନା କେବଳ ଯୁଦ୍ଧବିରାମ ଅଟକିବ ବରଂ ଚୀନ୍ ଉପରେ ଆମେରିକା କଡ଼ା ଆର୍ଥିକ କଟକଣା ମଧ୍ୟ ଲଗାଇ ପାରେ।
ଅଭିଯୋଗକୁ ଅସ୍ୱୀକାର କରିଛି ଚୀନ୍
ତେବେ ଆମେରିକାସ୍ଥିତ ଚୀନ୍ ଦୂତାବାସ ଏହିସବୁ ଅଭିଯୋଗକୁ ନିରାଧାର ଓ ଚାଞ୍ଚଲ୍ୟକର ବୋଲି କହିଛି। ଚୀନ୍ ର କହିବା କଥା ହେଉଛି ସେ କେବଳ ରକ୍ଷାତ୍ମକ ପ୍ରଣାଳୀର କଥା କହୁଛି। ବେଜିଂର ତର୍କ ହେଉଛି ସେ ଇରାନ ଉପରେ ଅଧିକ ତୈଳ ନିର୍ଭର। ଏଣୁ ତେହେରାନର ସାଥ ଛାଡି ପାରିବନି। ତୃତୀୟ ଦେଶ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇ ପରେ ନିଜକୁ ନିରପେକ୍ଷ ସାବ୍ୟସ୍ତ କରିପାରିବ। ହେଲେ ସେତେବେଳକୁ ପର୍ଦ୍ଦା ପଛରେ ରହି ଇରାନର ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜଭୁତ କରିସାରିଥିବ।
ଇରାନକୁ ମିଳୁଛି ଦ୍ୱିପାକ୍ଷୀୟ ବିଦେଶୀ ସହାୟତା
ଇରାନର ବିଦେଶୀ ସହାୟତା ଏବେ ଦୁଇଭାଗ ହୋଇଯାଇଥିବା ଦେଖାଯାଉଛି। ଏଥିରେ ଋଷିଆ ସକ୍ରିୟ ରୂପେ ଇରନକୁ ଗୁଇନ୍ଦା ସୂଚନା ଉପଲବ୍ଧ କରି ଆମେରିକା ସମ୍ପତ୍ତିକୁ ଟାର୍ଗେଟ୍ କରିବାରେ ସହାୟତା କରୁଛି। ଅନ୍ୟପଟେ ଚୀନ୍ ର ନାମ ଏଥିରେ ଏବେ ସାମିଲ ହୋଇଯାଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ମ୍ୟାନପ୍ୟାଡସ୍ କୁ ତୃତୀୟ ଦେଶ ମାଧ୍ୟମରେ ପଠାଇ ଯୁଦ୍ଧରେ ନିଜର ସଂଲିପ୍ତତାକୁ ଲୁଚାଇବାକୁ ଉଦ୍ୟମ କରୁଛି।
-
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
IPL 2026: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଶୀର୍ଷ ସ୍ଥାନ ପାଇଁ ଲଢ଼େଇ -
ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ -
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି , ୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ -
Doon Book Festival: ଗଢ଼ୱାଳୀ ଓ କୁମାଉନୀ ଭାଷାକୁ ମିଳିଲା ନୂଆ ପରିଚୟ, 26ଟି ନୂତନ ପୁସ୍ତକ ମୋଚନ










Click it and Unblock the Notifications