ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ
ଇସଲାମାବାଦରେ ଶନିବାର ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଗୋଟିଏ ପଟେ ସମାଧାନର ଆଶା ବୃଦ୍ଧି ପାଉଥିବା ବେଳେ ଅନ୍ୟପକ୍ଷରେ ପାକିସ୍ତାନ କୌଣସି ବିପଦ ନେବା ମୁଡ୍ରେ ନାହିଁ । ଦୁଇ ସପ୍ତାହର ଅସ୍ତ୍ରବିରତି ସତ୍ତ୍ୱେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି । ବିଶେଷକରି ସମ୍ଭାବ୍ୟ ଇସ୍ରାଏଲୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଇରାନରୁ ବିମାନ ଯୋଗେ ଆସୁଥିବା ପ୍ରତିନିଧିମଣ୍ଡଳର ସୁରକ୍ଷା ପାଇଁ ପାକିସ୍ତାନ ହାଇ ଆଲର୍ଟରେ ଅଛି ।

ମଧ୍ୟପ୍ରାଚ୍ୟରେ ବିନାଶକାରୀ ଯୁଦ୍ଧକୁ ରୋକିବା ପାଇଁ ପାକିସ୍ତାନରେ ଏକ ଆଲୋଚନା ମଞ୍ଚ ଗଠନ କରିଛି । ଆମେରିକା ପ୍ରତିନିଧି ଦଳ ମଧ୍ୟ ଆଲୋଚନା ଟେବୁଲରେ ବସିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଇରାନ୍ ପକ୍ଷରୁ ଏବେବି ସସପେନ୍ସ ଜାରି ରହିଛି । ସସ୍ପେନ୍ସର କାରଣ ହେଉଛି, ଇସ୍ରାଏଲ୍ ଓ ଲେବାନନ୍ ସହ ଜଡ଼ିତ ଇରାନର ଅନ୍ୟତମ ସର୍ତ୍ତ। ଅନ୍ୟପକ୍ଷରେ ଏହି ଆଲୋଚନାକୁ ନେଇ ପାକିସ୍ତାନ ସସପେନ୍ସ ବଢ଼ାଇ ଦେଇଛି ।
ଖ୍ୱାଜା ଆସିଫଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ପାକିସ୍ତାନ ନିଜକୁ ଏକ ପକ୍ଷ ବୋଲି ସ୍ପଷ୍ଟ କରିଛି। ଗୋଟିଏ ପଟେ ପାକିସ୍ତାନ ରାଜଧାନୀରେ ଆମେରିକା ଓ ଇରାନ ମୁହାଁମୁହିଁ ବୈଠଖ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ଇରାନ ଉପରେ ଶେଷ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିରେ ପାକିସ୍ତାନ ସବୁଠାରୁ ବଡ଼ ଖଳନାୟକ ଭାବେ ଉଭା ହେଉଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ବୟାନ ଇସ୍ରାଏଲକୁ ଗୋଳାବାରୁଦ ପ୍ରସ୍ତୁତ କରିବାକୁ ବାଧ୍ୟ କରିଛି ।
ଆମେରିକା ତରଫରୁ ଜେରେଡ୍ କୁଶନର, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଙ୍ଗ ସମ୍ଭାଳିବେ । ଇରାନ୍ ମଧ୍ୟ ତା'ର ସବୁଠାରୁ ଅଭିଜ୍ଞ କୂଟନୀତିଜ୍ଞ, ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ଏବଂ ସଂସଦର ବାଚସ୍ପତି ମହମ୍ମଦ ବକିର୍ କାଲିବାଫଙ୍କୁ ପଠାଇଛି । ଏହି ପ୍ରତିନିଧି ଦଳର ସୁରକ୍ଷା ଦାୟିତ୍ୱ ପାକ୍ ସେନା ମୁଖ୍ୟ ଅସୀମ ମୁନୀରଙ୍କ ହାତରେ ରହିଛି। ସମଗ୍ର ସହରରେ ୧୪୪ ଧାରା ଜାରି କରାଯାଇଛି। କିନ୍ତୁ ପ୍ରସ୍ତୁତି ସତ୍ତ୍ୱେ ଆଲୋଚନା ଏତେ ସହଜ ନୁହେଁ ।
-
ମେ’ ୯ ଯାଏ ଘୁଞ୍ଚିଲା ଓଟିଇଟି ଆବେଦନ, ମାସେ ବଢ଼ାଇଲା ବୋର୍ଡ... -
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ -
IPL 2026: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଶୀର୍ଷ ସ୍ଥାନ ପାଇଁ ଲଢ଼େଇ -
ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ -
ଆଜି ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ, ମେ'୪ରେ ଫଳାଫଳ ଘୋଷଣା








Click it and Unblock the Notifications