Get Updates
Get notified of breaking news, exclusive insights, and must-see stories!

ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି

ସଂସଦ ପରିସରରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ । ଗାଡ଼ିରୁ ଓହ୍ଲାଇ ରାହୁଲ ଗାନ୍ଧୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓ ରାହୁଲଙ୍କ ମଧ୍ୟରେ କ'ଣ ହେଲା କଥାବାର୍ତ୍ତା ? ନୂଆଦିଲ୍ଲୀରେ ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ସଂସଦ ପରିସରରେ ଥିବା ପ୍ରେରଣା ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗାଡ଼ିରୁ ଓହ୍ଲାଇ ବିରୋଧୀ ଦଳ ନେତା ରାହୁଲଙ୍କ ସହ କିଛି ସମୟ କଥାବାର୍ତ୍ତା କରିଥିଲେ ।

Rahul Gandhi

ଜ୍ୟୋତିରାଓ ଫୁଲେଙ୍କ ୨୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଅନେକ ନେତା ସେଠାରେ ରୁଣ୍ଡ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଗାଡ଼ିରୁ ଓହ୍ଲାଇବା ପରେ ରାହୁଲଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ସାଧାରଣତଃ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଏହି ଦୁଇ ନେତାଙ୍କୁ ଏକାଠି ଦେଖି ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟୋତିରାଓ ଫୁଲେଙ୍କୁ ମହିଳା ଏବଂ ଦଳିତଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ ପଥପ୍ରଦର୍ଶକ ଭାବେ ବର୍ଣ୍ଣନା କରିଥିଲେ । ସଂସଦ ଭିତରେ ଓ ବାହାରେ ସବୁବେଳେ ପରସ୍ପର ବିରୋଧରେ ବର୍ଷୁଥିବା ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ସାମାନ୍ୟ କଥାବାର୍ତ୍ତା ରାଜନୀତିରେ ଏକ "ଭଦ୍ରତା ଓ ଏକତାର ଚିତ୍ର" ବୋଲି ଅନେକେ କହୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+