Get Updates
Get notified of breaking news, exclusive insights, and must-see stories!

ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି

ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା । ଆସନ୍ତା ୧୩ ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଲଗାତାର ତୃତୀୟ ଦିନରେ ଶୁକ୍ରବାର ୭ ଘଣ୍ଟା ୧୦ ମିନିଟ୍ ଧରି ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଗଣତିମଣତି ସାରି ଶ୍ରୀମନ୍ଦିରରୁ ଫେରିବା ପରେ ଡ. ପାଢ଼ୀ ଏହି ସୂଚନା ଦେଇଥିଲେ ।

completed

ଶୁକ୍ରବାର ଦିନ ୧୧ଟା ୨୫ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୫ରେ ଶେଷ ହୋଇଥିଲା ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା । ଅଧିକାଂଶ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି । ସମସ୍ତ ଅଳଙ୍କାରର ଫଟୋ, ଭିଡିଓ, ୩ଡି ମ୍ୟାପିଂ, ଇ-କାଟାଲଗ କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ଅଳଙ୍କାରରେ ବ୍ୟବହୃତ ମୋତି, ମାଣିକ୍ୟକୁ ଜେମୋଲୋଜିଷ୍ଟ ଯାଞ୍ଚ କରି ତାଲିକାଭୁକ୍ତ କରୁଛନ୍ତି । ଚଳନ୍ତି ଭଣ୍ଡାରରେ ଗଣତିମଣତି ହୋଇନଥିବା କିଛି ରତ୍ନ ଅଳଙ୍କାର ଆଦିକୁ ମଧ୍ୟ ଗଣତିମଣତି ପ୍ରକ୍ରିୟାଭୁକ୍ତ କରାଯାଇଥିଲା । ଦିନତମାମ ଭିତର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ ଶ୍ରଦ୍ଧାଳୁ । କେବଳ ପାଳିଥିବା ସେବାୟତମାନେ ଜଗମୋହନ ଦେଇ ଗର୍ଭଗୃହକୁ ମହାପ୍ରଭୁଙ୍କ ସେବାପୂଜା ନିମନ୍ତେ ଯାଇଥିଲେ । ଗଣତିମଣତି ପ୍ରକ୍ରିୟା ସମୟ ସାପେକ୍ଷ ଓ କଷ୍ଟସାଧ୍ୟ । ନିର୍ଭୁଲ ଗଣତିମଣତି କରିବାକୁ ପ୍ରୟାସ ହେଉଛି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ ।

ହାଇଲେଭର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସମେତ ଜିଲ୍ଲାପାଳ, ଏସ୍ପି, ଅଧିକୃତ ସେବାୟତ, ଅଧିକାରୀ ଓ ବ୍ୟକ୍ତି ବିଶେଷ ଏହି ପ୍ରକ୍ରିୟାରେ ଏସ୍ଓପି ଅନୁଯାୟୀ ସାମିଲ ହୋଇଥିଲେ । ମାର୍ଗଦର୍ଶିକା ମୁତାବକ ମଧ୍ୟ ଗଣତିମଣତି ଚାଲିଛି । ଯଦି ଶନିବାର ବାହାର ଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୁଏ, ଆସନ୍ତା ୧୩ ତାରିଖରୁ ଭିତର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ । ରବିବାର ଭିଡ଼କୁ ଦୃଷ୍ଟିରେ ରଖି ବନ୍ଦ ରହିବ ଗଣତିମଣତି କାର୍ଯ୍ୟ । ନୀତି ବହୁଳତା ଦିନ ପରେ ଚଳିତ ମାସ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତିମଣତି କାର୍ଯ୍ୟ ପୁଣି ହେବ । ସେପଟେ ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ପ୍ରାୟ ୮୦ରୁ ୯୦ ଭାଗ ଗଣତିମଣତି କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+