ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ....
'କ୍ୱିନ୍ ଅଫ୍ ମେଲୋଡିଜ୍' ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦ୍ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ଥିତି ଗୁରୁତର ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଶାଙ୍କ ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆସନ୍ତାକାଲି ତାଙ୍କର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ବଲିଉଡରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି।

ଗତକାଲି ତାଙ୍କୁ ହୃଦଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ଏବଂ ଫୁସଫୁସ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ। ୭୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ଆଶା। ୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ଭାରତୀୟ ସଙ୍ଗୀତର ବହୁମୁଖୀ ସ୍ୱରମାନଙ୍କ ମଧ୍ୟରୁ ଜଣେ। ଲତା ମଙ୍ଗେସକରଙ୍କ ସାନ ଭଉଣୀ ଆଶା। ନିଜ ଦମ୍ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ବ୍ୟତୀତୀ ପପ୍, ଗଜଲ ଏବଂ ଲୋକଗୀତ ବି ଗାଇଛନ୍ତି ଆଶା।
ପ୍ଲେ ବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଜଗତର ଶ୍ରେଷ୍ଠ ଏବଂ ଅତ୍ୟନ୍ତ ବହୁମୁଖୀ କଳାକାରଙ୍କ ମଧ୍ୟରୁ ଜଣେ । ତାଙ୍କର ସ୍ୱତନ୍ତ୍ର କଣ୍ଠସ୍ୱର ଏବଂ ଗାଇବାର ଅନନ୍ୟ ଶୈଳୀ ପାଇଁ ପରିଚିତ। ସେ ପଦ୍ମ ବିଭୂଷଣ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି । ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ କଣ୍ଠଦାନ କରିଆସୁଛନ୍ତି। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ'ସଙ୍ଗଦିଲ'ରେ ପ୍ରଥମ ଗୀତ ଗାଇଥିଲେ। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ 'ପଦ୍ମ ବିଭୂଷଣ'ରେ ସମ୍ମାନିତ କରାଯାଇଛି।












Click it and Unblock the Notifications