ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ
ପାକିସ୍ତାନର ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯୁଦ୍ଧ ଏବେ ବନ୍ଦ ହେବ ନାହିଁ। ଇସ୍ରାଏଲ-ଇରାନ ବିବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଥିବା ବେଳେ ନେତ୍ୟାନାହୁଙ୍କ ଏଭଳି ମନ୍ତବ୍ୟ ଆସିଛି। ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଛନ୍ତି, ଆତଙ୍କବାଦୀ ଶକ୍ତି ସାମରିକ ଅଭିଯାନ ଯେକୌଣସି ମୂଲ୍ୟରେ ଜାରି ରହିବ। ବେଞ୍ଜାମିନ୍ ନେତାନ୍ୟାହୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଇସ୍ରାଏଲ ସମସ୍ତ ଶକ୍ତି ସହିତ ଇରାନ ଏବଂ ଏହାର ସହଯୋଗୀଙ୍କ ସହିତ ଲଢ଼ିବ।

ତୁର୍କୀ ନେତା ତାୟିପ୍ ଏର୍ଦୋଗାନଙ୍କୁ କଡ଼ା ସମାଲୋଚନା କରିଛନ୍ତି
ତାଙ୍କ ବିବୃତିରେ, ସେ ତୁର୍କୀ ନେତା ତାୟିପ୍ ଏର୍ଦୋଗାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏର୍ଦୋଗାନ ଆତଙ୍କବାଦୀଙ୍କୁ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଉଥିବା ଅଭିଯୋଗ ନେତାନ୍ୟାହୁ କରିଛନ୍ତି। ଏର୍ଦୋଗାନଙ୍କ କୁର୍ଦ୍ଦିସ ନାଗରିକଙ୍କ ଉପରେ ଏକ ନୃଶଂସ ନରସଂହାର ଚଳାଇଥିବା ନେତାନ୍ୟାହୁ କହିଛନ୍ତି।
ଶାନ୍ତି ଚୁକ୍ତିନାମାରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ବିନାଶକାରୀ ବୟାନରେ ନେତାନ୍ୟାହୁ କ୍ରୋଧିତ ହୋଇଛନ୍ତି। ସେ କହିଛନ୍ତି ଇସ୍ରାଏଲକୁ ଧ୍ୱଂସ କରିବାକୁ କୌଣସି ନିରପେକ୍ଷ ମଧ୍ୟସ୍ଥି ସରକାରଙ୍କ ଆହ୍ୱାନକୁ କେବେବି ସହ୍ୟ କରାଯାଇପାରିବ ନାହିଁ। ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଆମ ସମୟର ହିଟଲର ବୋଲି କହି ଦାବି କରିଛନ୍ତି, ତାଙ୍କର ବର୍ତ୍ତମାନର ଉଦ୍ଦେଶ୍ୟ ହେଉଛି ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବା। ନଚେତ୍, ସେ ନିଜ ଦେଶରେ ବିଚାରର ସମ୍ମୁଖୀନ ହେବେ ଏବଂ ତାଙ୍କୁ ଜେଲଦଣ୍ଡ ଦିଆଯିବାର ସମ୍ଭାବନା ରହିଛି। ତୁର୍କୀ ନିରୀହ ନାଗରିକଙ୍କ ସହିତ ଠିଆ ହେବ। ନେତାନ୍ୟାହୁଙ୍କୁ ଦାୟୀ କରାଯିବା ପାଇଁ ଆମେ ପ୍ରୟାସ ଜାରି ରଖିବୁ ବୋଲି ବିବୃତିରେ କୁହାଯାଇଛି। ତେହେରାନ ଏବଂ ୱାଶିଂଟନ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପର୍କରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନଙ୍କ ବିବୃତି ଉପରେ ନେତାନ୍ୟାହୁଙ୍କ ସମାଲୋଚନା ପରେ ଏହି ମନ୍ତବ୍ୟ ଆସିଛି।
ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଲେଖିଛି, ଆମ ସମୟର ହିଟଲର ଭାବରେ ବର୍ଣ୍ଣିତ ନେତ୍ୟାନାହୁ ଜଣେ ବ୍ୟକ୍ତି ଯାହାଙ୍କ ପରିଚୟ ଏବଂ ରେକର୍ଡ ସର୍ବସାଧାରଣରେ ଜଣାଶୁଣା। ଯୁଦ୍ଧ ଅପରାଧ ଏବଂ ମାନବତା ବିରୋଧୀ ଅପରାଧ ପାଇଁ ଆନ୍ତର୍ଜାତୀୟ ଅପରାଧ ଅଦାଲତ ଦ୍ୱାରା ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ନେତାନ୍ୟାହୁଙ୍କ ନେତୃତ୍ୱରେ, ଇସ୍ରାଏଲ ବିରୋଧରେ ଗଣହତ୍ୟା ଅଭିଯୋଗର ବିଚାର ଆନ୍ତର୍ଜାତୀୟ ନ୍ୟାୟାଳୟରେ କରାଯାଉଛି।












Click it and Unblock the Notifications