Get Updates
Get notified of breaking news, exclusive insights, and must-see stories!

ମହାନଦୀ ଜଳ ବିବାଦ ମାମଲା : ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ଆସନ୍ତା ୧୩ ତାରିଖରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେଣୁ ଏହି ଶୁଣାଣି ଉପରେ ଏବେ ଓଡ଼ିଶାର ନଜର ରହିଛି । ଟ୍ରିବ୍ୟୁନାଲ୍ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସମୟ ଦେଇଥିଲେ। କିନ୍ତୁ ଦୁଇ ରାଜ୍ୟର ଯୁଗ୍ମ ବୈଷୟିକ କମିଟି ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ରିପୋର୍ଟ ଦାଖଲ କରିପାରି ନାହାନ୍ତି । ଗତ ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୨ ଯାଏ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଟିମ୍ ହୀରାକୁଦ, ସାତକୋଶିଆ, ଚିଲିକା ଏବଂ ସମୁଦ୍ର ମୁହାଣ ପରିଦର୍ଶନ କରିଥିଲେ।

Mahanadi

ସେହିପରି ମାର୍ଚ୍ଚ ୭ରୁ ୧୧ ଯାଏ ଟ୍ରିବ୍ୟୁନାଲ୍ ଟିମ୍ ଉପର ମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ପରଖିଥିଲେ । କ୍ଷେତ୍ର ପରିଦର୍ଶନକୁ 'ଫଳପ୍ରଦ' ବୋଲି ଦର୍ଶାଇ ଏହାର ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରିବ୍ୟୁନାଲଙ୍କ ଅବଧି ଏପ୍ରିଲ ୧୩ରେ ଶେଷ ହେଉଥିବାରୁ କାର୍ଯ୍ୟକାଳ ବଢ଼ାଇବା ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ କେନ୍ଦ୍ର ସରକାରଙ୍କୁ ମିଳିତ ଆବେଦନ କରିଛନ୍ତି । ମାତ୍ର କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଯାଏଁ କୌଣସି ଗ୍ରୀନ୍ ସିଗନାଲ୍ ମିଳିନାହିଁ । ଅଣ-ମୌସୁମୀ ସମୟରେ ଛତିଶଗଡ଼ ଉପର ମୁଣ୍ଡରେ ପାଣି ଅଟକାଇ ରଖୁଥିବାରୁ ହୀରାକୁଦକୁ ଜଳ ପ୍ରବାହ କମୁଛି । ଏହା ଓଡ଼ିଶାର ଚାଷ, ପାନୀୟ ଜଳ ଏବଂ ଚିଲିକାର ପରିବେଶ ଉପରେ ଗୁରୁତର ପ୍ରଭାବ ପକାଉଥିବା ଓଡ଼ିଶା ଦାବି କରିଆସୁଛି । ଆଜିର ଶୁଣାଣିରେ ଟ୍ରିବ୍ୟୁନାଲ୍ କୌଣସି ବଡ଼ ନିଷ୍ପତ୍ତି ନେବେ ନା କେବଳ କାର୍ଯ୍ୟକାଳ ବୃଦ୍ଧିକୁ ଅପେକ୍ଷା କରିବେ, ତାହା ଦେଖିବାକୁ ବାକି ରହିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+