ଆଜି ଆଶାତାଇଙ୍କ ଶେଷକୃତ୍ୟ
ବଲିଉଡ୍ର କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସ୍ଲେଙ୍କର ରବିବାର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ହୃଦଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଶନିବାର ମୁମ୍ବଇସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଆଶା କୋଟି କୋଟି ସଙ୍ଗୀତପ୍ରେମୀଙ୍କୁ ଶୋକସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି। ତାଙ୍କର ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ, ବଲିଉଡ୍ର ଏକାଧିକ ପ୍ରଯୋଜକ, ନିର୍ଦେଶକ, ସଙ୍ଗୀତ ନିର୍ଦେଶକ, ଅଭିନେତା, ଅଭିନେତ୍ରୀ, ପାର୍ଶ୍ବ ଗାୟକ ଓ ଗାୟିକା ଗଭୀର ଶୋକପ୍ରକାଶ କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଆଶା ହେଉଛନ୍ତିି ମଙ୍ଗେଶକର ପରିବାରର ଚାରି ଭଉଣୀଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟ ତିନି ଭଉଣୀ ହେଲେ ଲତା, ଉଷା ଓ ମୀନା ମଙ୍ଗେଶକର। ୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟ
ହୋଇପଡିଥିଲେ। ତାଙ୍କୁ ମାତ୍ର ୯ ବର୍ଷ ହୋଇଥିବାବେଳେ ପିତା ପଣ୍ଡିତ ଦୀନନାଥ ମଙ୍ଗେଶକରଙ୍କ ବିୟୋଗ ଘଟିଥିଲା। ତେଣୁ ପରିବାରର ବୋଝ ବଡ ଭଉଣୀ ଲତା ଏବଂ ଆଶାଙ୍କ ଉପରେ ପଡିଥିଲା। ୧୯୪୮ରେ 'ଚୁନରିଆଁ' ଚଳଚ୍ଚିତ୍ରରୁ ଆଶା ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପଚାଶ ଦଶକରେ ଗୀତା ବାଲି, ସମ୍ସାଦ ବେଗମ, ଲତା ମଙ୍ଗେଶକରଙ୍କ ଆଧିପତ୍ୟ ଚାଲିଥିବାବେଳେ ଆଶା ନିଜକୁ ବଲିଉଡ୍ରେ ପ୍ରତିଷ୍ଠା କରିବା ପାଇଁ ଅନେକ କଷ୍ଟ ସ୍ବୀକାର କରିଥିଲେ। ବଡ ଭଉଣୀ ଲତାଙ୍କ ରାଜୁତି ଚାଲିଥିବାବେଳେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଆଶା ପାଶ୍ଚାତ୍ୟ ସଙ୍ଗୀତକୁ ଅନୁକରଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ନିଜର ଭିନ୍ନ କଣ୍ଠସ୍ବର ଆଶାଙ୍କୁ ଅନ୍ୟ ଗାୟିକାଙ୍କ ତୁଳନାରେ ସ୍ବତନ୍ତ୍ର ପରିିଚୟ ଦେଇଥିଲା। ଦୀର୍ଘ ଆଠ ଦଶନ୍ଧି ଧରି ଆଶା ବଲିଉଡ୍ରେ ସହସ୍ରାଧିକ ଗୀତ ଗାଇଥିବାବେଳେ 'ଆଓ ହଜୁର ତୁମ୍କୋ'-କିସ୍ମତ୍, 'ଓ ହସିନା ଜୁଲ୍ଫୋୱାଲି'-ତିସ୍ରି ମଞ୍ଜିଲ, 'ପିୟା ତୁ ଅବ୍ ତୁ ଆଜା'-କାରୱାଁ, 'ୟେ ମେରା ଦିଲ୍'-ଡନ୍, 'ଦିଲ୍ ଚିଜ୍ କ୍ୟା ହୈ'-ଉମରାଓ ଜାନ୍, 'ଦମ୍ ମାରୋ ଦମ୍'-ହରେ କୃଷ୍ଣ ହରେ ରାମ, 'ଚୁରା ଲିୟା ହୈ ତୁମ୍ନେ ଜୋ ଦିଲ୍ କୋ'-ୟାଦୋଁ କି ବାରାତ୍, 'ଇନ୍ ଆଖୋଁ କି ମସ୍ତି'-ଉମରାଓ ଜାନ୍, 'ଜାନେ ଜାଁ ଧୁଣ୍ଡତା ଫିର୍ ରହା'-ଜୱାନି ଦିୱାନି, 'ମେହବୁବା ମେହବୁବା'-ଶୋଲେ, 'ରଙ୍ଗିଲା ରେ'-ରଙ୍ଗିଲା ଗୀତକୁ ଶ୍ରୋତା ଏବେ ବି ମନେ ରଖିଛନ୍ତି।
-
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି , ୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ -
ମହାନଦୀ ଜଳ ବିବାଦ ମାମଲା : ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି -
ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ -
ଭୁବନେଶ୍ଵରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ -
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି -
୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ -
ଶାନ୍ତି ଆଲୋଚନା ବିଫଳ, ବିନା ଚୁକ୍ତିରେ ଫେରିଲେ ଜେଡି ଭାନ୍ସ -
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି -
ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ -
ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍ ଟେନ୍ସନ୍ ଦୂର, ପେଟ୍ରୋଲ ପମ୍ପ୍ରେ ମିଳିଲା ୫ କେଜି ଟାଙ୍କି





Click it and Unblock the Notifications