ଫେବୃଆରୀ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ ତାରିଖ
ଫେବୃଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ।ମେ 'ମାସରେ ହେବାକୁ ଥିବା ଦଶମ-ଦ୍ୱାଦଶ ପରୀକ୍ଷା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମେ 5ତାରିଖ ସୁଦ୍ଧା କରିବାକୁ ନିର୍ବାଚନ ଆୟୋଗ ଚିନ୍ତା କରୁଛି
West Bengal Assembly Election 2021 : କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ରହିଛି ନଜର । ରାଜନୀତି ଖବରରେ ରୁଚି ରଖୁଥିବା ଲୋକ ଏହି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣାକୁ ନେଇ ବେଶ୍ ଉତ୍ସୁକ ଅଛନ୍ତି । ବିହାର ବିଧାନସଭା ନିର୍ବାଚନ ପରେ ସାରା ଦେଶ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସମସ୍ତେ ଅପେକ୍ଷାରତ । ଏହିସମସ୍ତ ଚର୍ଚ୍ଚା ମଧ୍ୟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଫେବୃାରୀ ପ୍ରଥମ ସପ୍ତାହରେ ଏନେଇ ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି ।

ମେ ମାସରେ ପଶ୍ଚିମବଙ୍ଗରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରାଯିବ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କରିବା ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପ୍ରସ୍ତୁତି କରୁଛି । ସୂଚନାଯୋଗ୍ୟ, ଆସନ୍ତା ମେ 30 ତାରିଖରେ ପଶ୍ଚିମବଙ୍ଗ ବିଦାନସଭାରା କାର୍ଯ୍ୟକାଳ ଶେଷ ହେଉଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ମଧ୍ୟ ଜୋରଜାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ଫେବୃଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି । ମେ 'ମାସରେ ହେବାକୁ ଥିବା ଦଶମ-ଦ୍ୱାଦଶ ପରୀକ୍ଷା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମେ 5 ତାରିଖ ସୁଦ୍ଧା କରିବାକୁ ନିର୍ବାଚନ ଆୟୋଗ ଚିନ୍ତା କରୁଛି ।












Click it and Unblock the Notifications