ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି, ଗୁଜରାଟ ଗସ୍ତ ସାରି ଫେରିବା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି । ମୁଖ୍ଯମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଓଡ଼ିଶାକୁ ୪୮ହଜାର ୩୩୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ତିନିଦିନିଆ ଗୁଜରାଟ ଗସ୍ତ ସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ମାଧ୍ୟମରେ ୬୭ହଜାର ୮୩୮ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଭଦୋଦରାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ ରୋଡ ସୋରୁ ଏହି ସଫଳତା ଆସିଛି ।

Chief Minister i

ଭାରତର ଶିଳ୍ପ ଅଭିବୃଦ୍ଧିରେ ପଶ୍ଚିମ ଭାରତର ଅଗ୍ରଣୀ ଭୂମିକା ରହିଛି । ଏବେ ବିକଶିତ ଭାରତରେ ପୂର୍ବ ଭାରତ ଏବଂ ଓଡ଼ିଶାର ଏକ ବଡ଼ ପରିବର୍ତ୍ତନ ଆଣିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭିଜନ ପୂର୍ବୋଦୟରେ ଗୁଜରାଟର ଅଗ୍ରଣୀ ଶିଳ୍ପ ସଂସ୍ଥାଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାକୁ ଭାରତର ପ୍ରବେଶ ଦ୍ବାର ଭାବେ ଅଭିହିତ କରି ବାଣିଜ୍ୟ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି । ଇଣ୍ଡୋ - ପାସିଫିକ ମାର୍କେଟ ପାଇଁ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପ୍ରମୁଖ କ୍ଷେତ୍ର । ଗୁଜରାଟରୁ ମେଟାଲ ଡାଉନଷ୍ଟ୍ରିମ, କେମିକାଲସ, ଫାର୍ମାସିଟ୍ଯୁକାଲସ, ରେୟାର ଆର୍ଥ ଭାଲ୍ୟୁ ଆସିସନ, ଗ୍ରୀନ ଏନର୍ଜୀ ଇକ୍ୟୁପମେଣ୍ଟ, ଏରୋସ୍ପେସ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନିବେଶ ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+