ଅପରେସନ ସିନ୍ଦୂର ବର୍ଷେ ପୂରଣ ଅବସରରେ ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂରକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ କେନ୍ଦ୍ର ସରକାରର ଅନେକ ମନ୍ତ୍ରୀ ସୋସିଆଲ ମିଡିଆରେ ନିଜର ପ୍ରୋଫାଇଲର ଫଟୋ ବଦଳାଇ ଅପରେସନ ସିନ୍ଦୂରର ପ୍ରତୀକ ଚିହ୍ନ ଲଗାଇଛନ୍ତି । ଏଥିରେ ଭାରତୀୟ ସେନାର ବଳିଦାନ, ବାହାଦୁରୀ ଏବଂ ଆତଙ୍କବାଦ ବିପକ୍ଷରେ ଦେଶର ମଜବୁତ ସଂକଳ୍ପର ସମ୍ମାନ ଭାବେ ଦେଖିବାକୁ ମିଳିଛି ।

ଅପରେସନ ସିନ୍ଦୂର ଅଭିଯାନକୁ ଗତବର୍ଷ ପହଲଗାମ ଆତଙ୍କୀ ଆକ୍ରମଣ ପରେ କରାଯାଇଥିଲା । ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ଭାରତୀୟ ସେନା ଆତଙ୍କୀ ଠିକଣାକୁ ଧ୍ବଂସ କରିବା ପାଇଁ ଅପରେସନ ସିନ୍ଦୂର କରିଥିଲା ।
ତେବେ ଅପରେସନ ସିନ୍ଦୂରକୁ ବର୍ଷେ ପୁରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବାଣିଜ୍ୟିକ ମନ୍ତ୍ରୀ ପୀୟୁଷ ଗୋଏଲ ସହିତ ଅନେକ ନେତା ନିଜ ପ୍ରୋଫାଇଲରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମସ୍ତଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଫଟୋରେ ଅପରେସନ ସିନ୍ଦୂରର ଲୋଗୋ ଦେଖିବାକୁ ମିଳିଛି ।
୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ଆକ୍ରମଣ କରି ୨୬ ଜଣ ନିର୍ଦ୍ଦୋଷଙ୍କ ଜୀବନ ନେଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ମଇ ୭ରେ ପାକିସ୍ତାନର ବିଭିନ୍ନ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଭାରତୀୟ ସେନା । ଯାହାର ନାମ ରଖାଯାଇଥିଲା ଅପରେସନ ସିନ୍ଦୂର । ମାତ୍ର ୨୨ ମିନିଟରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତୀୟ ସେନା ।












Click it and Unblock the Notifications