ମମତା ବାନାର୍ଜୀଙ୍କ କ୍ୟାବିନେଟ୍ ଭାଙ୍ଗିଲେ ରାଜ୍ୟପାଳ

ବଙ୍ଗଳାରେ ସରିଲା ମମତା ରାଜ୍, ସ୍ବତନ୍ତ୍ର କ୍ଷମତା ବଳରେ କ୍ୟାବିନେଟ୍‌କୁ ବରଖାସ୍ତ କଲେ ରାଜ୍ୟପାଳ । ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୨୬ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ନଦେବାକୁ ଜିଦ୍‌ ଧରିଥିଲେ । ରାଜ୍ୟପାଳ କ୍ୟାବିନେଟ୍‌କୁ ବରଖାସ୍ତ କରିବା ସହ ପୁରୁଣା ବିଧାନସଭାକୁ ଭଙ୍ଗ କରିଛନ୍ତି। ୨୦୨୧ରୁ ଚାଲିଆସୁଥିବା ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏବଂ ନୂତନ ବିଧାନସଭା ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

Mamata Banerjee

ଏହାପରେ ମମତା ବାନାର୍ଜୀଙ୍କ ଇସ୍ତଫାର ଆଉ ବୈଧାନିକ ଆବଶ୍ୟକତା ରହିବ ନାହିଁ । ବଙ୍ଗଳାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଆଜି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ଏଥିପାଇଁ ସଂସଦୀୟ ଦଳ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଆସନ୍ତାକାଲି କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଶପଥ ଗ୍ରହଣ ଉତ୍ସବ ପାଇଁ ୪ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+