ମୁମ୍ଵାଇରେ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ମାମଲା, ତରଭୁଜରେ ମିଶିଥିଲା ମୂଷାମରା ବିଷ

ଦକ୍ଷିଣ ମୁମ୍ବାଇର ଫିଧୋନି ଅଞ୍ଚଳରେ ଗତ ଏପ୍ରିଲ ୨୬ ତାରିଖା ତାରିଖରେ ବିରିୟାନୀ ଓ ତରଭୂଜ ଖାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ଫରେନସିକ ରିପୋର୍ଟ ଆଜି ସାମ୍ନାକୁ ଆସିଛି। ସେଥିରେ ଦର୍ଶାଯାଇଛି କି ତରଭୁଜରେ ବିଷ ମିଶିଥିବାରୁ ତାକୁ ଖାଇବା ପରେ ସେମାନଙ୍କର ମୃତ୍ୟୁ ଘଟିଛି। ତରଭୁଜରେ ମୂଷା ମରା ବିଷ ଜିଙ୍କ ଫସଫାଇଡ ମିଶିଥିବା ତଦନ୍ତରୁ ଜଣାପଡିଛି ।

watermelon

ତରଭୂଜ ଓ ମୃତବ୍ୟକ୍ତିଙ୍କ ଭିସେରାରୁ ଏହି ମୂଷାମରା ବିଷ ଠାବ କରାଯାଇଛି। ଏଫଏସ୍ଏଲ୍ ରିପୋର୍ଟ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ତେବେ ତରଭୁଜରେ କିଭଳି ମୂଷାମରା ବିଷ ମିଶିଲା ପୋଲିସ ତାକୁ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେହି ଜାଣିଶୁଣି ବିଷ ମିଶାଇଥିଲେ ନା ଅଜାଣତରେ ବିଷ ମିଶିଥିଲା ତାହା ଜଣାପଡିନାହିଁ। ପରିବାରର ମୁଖ୍ୟ ଅବଦୁଲ ଧୋକାଡିଆ (४४), ପତ୍ନୀ ନସରିନ୍ (୩୫) ଏବଂ ଦୁଇଝିଅ ଆୟେଶା (୧୬) ଓ ଜୈନବ (୧୩)ଙ୍କର ବି ବିରିୟାନୀ ଓ ତରଭୂଜ ତରଭୁଜ ଖାଇବା ଯୋଗୁ ମୃତ୍ୟୁ ଘଟିଥିଲା। ଏପ୍ରିଲ ୨୫ ତାରିଖ ରାତିରେ ସେମାନେ ନିଜ ଘରେ ଭୋଜି କରିଥିଲେ । ବନ୍ଧୁ ଓ ପରିଜନ ସମସ୍ତେ ଆସିଥିଲେ। ରାତି ପ୍ରାୟ ୧ଟାରେ ସମସ୍ତେ ଚିକେନ ବିରିୟାନୀ ଖାଇଥିଲେ। ନିମନ୍ତ୍ରିତ ବନ୍ଧୁ ଓ ପରିଜନମାନେ ଚାଲିଯିବା ପରେ ଏହି ପରିବାରର ୪ ଜଣ ସଦସ୍ୟ ଘରେ ରଖିଥିବା ତରଭୁଜ ଖାଇ ଶୋଇଥିଲେ।କିନ୍ତୁ କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ ।

ପ୍ରଥମେ ନିକଟସ୍ଥ ଜଣେ ଣେ ଡାକ୍ତରଙ୍କୁ ସେମ ସମାନେ ଘରକୁ ଡାକି ଔଷଧ ଖାଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ବେଳକୁ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ତୁରନ୍ତ ସରକାରୀ ଜେ. ଜ.ଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତରୁ ଜଣାପଡିଥିଲା କି ବିରିୟାନୀ ଖାଇଥିବା ଅନ୍ୟ ଅତିଥିଙ୍କର କିଛି ଅସୁବିଧା ହୋଇନଥିଲା। ହେଲେ ତରଭୁଜ ଖାଇବା ପରେ ଧୋକଡିଆ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ତେଣୁ ତରଭୁଜ ହିଁ ବିଷାକ୍ତ ହୋଇଥିବା ସନ୍ଦେହରେ ତାର ଏଫଏସ୍ଏଲ୍ ଯାଞ୍ଚ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+