'କରୋନାକୁ ରୋକିବା ପାଇଁ ଲକଡାଉନ୍ କରିବା ନିହାତି ଆବଶ୍ୟକ, ମୋଦୀ ସରକାର କାହିଁକି ବୁଝୁନାହାଁନ୍ତି ?'

'ଭାରତ ସରକାର ଅନୁଭବ କରୁନାହାଁନ୍ତି ଯେ କରୋନା ବିସ୍ତାରକୁ ରୋକିବା ପାଇଁ ଏକମାତ୍ର ଉପାୟ ବର୍ତ୍ତମାନ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇବା । ଲକଡାଉନ ଜାରି କରିବା ସହ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍ ।

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ବୃଦ୍ଧି ପାଉଥିବା ଦୃଷ୍ଟିରୁ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ଲକଡାଉନ୍ ଲଗାଇବାକୁ ହିଁ ପଡ଼ିବ । ଭାରତରେ କରୋନ ଭାଇରସର ଦ୍ୱିତୀୟ ଲହରର ବିସ୍ତାର ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେବ ଦେଶରେ ପ୍ରତିଦିନ ସାଢେ ତିନି ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଆସୁଛି ଏବଂ ତିନି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଭାରତର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ବିଶ୍ୱସ୍ତରୀୟ ଡାକ୍ତର ମଧ୍ୟ ଭାରତକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଗାନ୍ଧୀ ମଙ୍ଗଳବାର (ମେ 04) ଟ୍ୱିଟ୍ କରି କହିଛନ୍ତି ଯେ, ''ଭାରତ ସରକାର ଅନୁଭବ କରୁନାହାଁନ୍ତି ଯେ କରୋନା ବିସ୍ତାରକୁ ରୋକିବା ପାଇଁ ଏକମାତ୍ର ଉପାୟ ବର୍ତ୍ତମାନ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇବା । ଲକଡାଉନ ଜାରି କରିବା ସହ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍ । ଭାରତ ସରକାରଙ୍କ ନିଷ୍କ୍ରିୟତା ଅନେକ ନିରୀହ ଲୋକଙ୍କ ଜୀବନ ନେଉଛି ।''

Rahul-Gandhi

ଏଥି ସହ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, "ଦେଶରେ କୋଭିଡ -19 ସଂକ୍ରମଣ 2 କୋଟି ଅତିକ୍ରମ କରିଛି, ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 2,19,000 ...। ଏହି ସମୟରେ ପ୍ରଧାନମନ୍ତ୍ରୀ ତଥା ମୋଦୀ ଜିଙ୍କ ନୂତନ ଗୃହ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସଂସଦ କରିବା ଜରୁରୀ କିମ୍ବା ଜୀବନ ରକ୍ଷାକାରୀ ଔଷଧ, ଅମ୍ଳଜାନ, ଭେଣ୍ଟିଲେଟର, ହସ୍ପିଟାଲ ଶଯ୍ୟା ଯୋଗାଇବା ଆବଶ୍ୟକ ?''

ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ଗ୍ଲୋବାଲ ଡକ୍ଟର ଆନ୍ଥୋନୀ ଫାଉଚି କହିଛନ୍ତି ଯେ ଭାରତ କିଛି ସପ୍ତାହ ସଟ୍ ଡାଉନ୍ ହେବା ଉଚିତ ।

ଭାରତର କରୋନା ପରିସ୍ଥିତି ଉପରେ ପରାମର୍ଶ ଦେଉଥିବାବେଳେ ଆନ୍ଥୋନି ଫାଉଚି କହିଛନ୍ତି ଯେ, ଭାରତ ନିଜର ସ୍ଥିତିକୁ ଦୃଷ୍ଟିରେ ରଖି କିଛି ସପ୍ତାହ ପାଇଁ ସମଗ୍ର ଦେଶକୁ ବନ୍ଦ କରିବା ଉଚିତ । ଯାହା ଚାଲିଛି, ଏହାକୁ ବନ୍ଦ କରି କେବଳ ଚିକିତ୍ସା ସହାୟତା ଉପରେ ଧ୍ୟାନ ଦେବା ଉଚିତ୍ । ଏହା କରିବା ଦ୍ୱାରା ଭାରତ ଖୁବ୍ ଶୀଘ୍ର ଏକ ସାଧାରଣ ସ୍ଥିତିରେ ପହଞ୍ଚିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+