ସୋନିଆ ଗାନ୍ଧୀଙ୍କୁ ଜେ ପି ନଡ୍ଡାଙ୍କ ଚିଠି - 'କରୋନା ସଙ୍କଟରେ କଂଗ୍ରେସ ନେତାମାନେ ନକରାତ୍ମକତା ବିସ୍ତାର କରୁଛନ୍ତି'

କରୋନା ସଙ୍କଟ ସମ୍ପର୍କରେ କଂଗ୍ରେସ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା । ସେ ଚିଠିରେ ଲେଖିଛନ୍ତି ଯେ କଂଗ୍ରେସ ନେତାମାନେ କରୋନାକୁ ନେଇ ନକରାତ୍ମକତା ପ୍ରଚାର କରୁଛନ୍ତି ।

ନୂଆଦିଲ୍ଲୀ : ଦେଶ ବର୍ତ୍ତମାନ କରୋନା ମହାମାରୀ ସହ ଲଢୁଛି । ଅନେକ ରାଜ୍ୟ ଟିକା ଅଭାବ ସହ ସଂଘର୍ଷ କରୁଛନ୍ତି । ବର୍ତ୍ତମାନ ଦେଶର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଟିକା ସଙ୍କଟ ସମ୍ପର୍କରେ ବିପକ୍ଷ କଂଗ୍ରେସ ପ୍ରଶ୍ନ ପଚାରିବା ବେଳେ ଆକ୍ରୋଶମୂଳକ ହୋଇପଡ଼ିଛି ବିଜେପି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ମାଧ୍ୟମରେ କରୋନା ସଙ୍କଟ ସମ୍ପର୍କରେ କଂଗ୍ରେସ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା । ସେ ଚିଠିରେ ଲେଖିଛନ୍ତି ଯେ କଂଗ୍ରେସ ନେତାମାନେ କରୋନାକୁ ନେଇ ନକରାତ୍ମକତା ପ୍ରଚାର କରୁଛନ୍ତି ।

Jp Nadda- Sonia Gandhi

ସେ କହିଛନ୍ତି ଯେ ମୋଦୀ ସରକାର କ୍ରମାଗତ ଭାବେ କରୋନା ବିରୋଧରେ ଲଢୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ କରୋନା ପ୍ରସଙ୍ଗରେ ଅନେକ ବୈଠକ କରିଛନ୍ତି, କିନ୍ତୁ କଂଗ୍ରେସ ନେତାମାନେ କରୋନା ପ୍ରସଙ୍ଗରେ ମୋଦୀ ସରକାରଙ୍କ ପ୍ରତି ନକରାତ୍ମକତା ପ୍ରଚାର କରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, 'ଆପଣଙ୍କ ଦଳ ଆପଣଙ୍କ ନେତୃତ୍ୱରେ ଲକଡାଉନ୍ ଉଲ୍ଲଂଘନ କରୁଛି ଏବଂ ତା'ପରେ ଲକଡାଉନ୍ ଦାବି କରୁଛି । ସେମାନେ ସରକାର ଦେଇଥିବା ନିର୍ଦ୍ଦେଶାବଳୀକୁ ଅଣଦେଖା କରନ୍ତି ଏବଂ ପରେ କୌଣସି ସୂଚନା ପାଇନଥିଲୁ ବୋଲି କହନ୍ତି । ସେ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି କେରଳରେ ଏକ ବିଶାଳ ସମାବେଶ କରିଥିଲେ, ଯାହା ଫଳରେ ସେଠାରେ କରୋନା ମାମଲା ବୃଦ୍ଧି ପାଇଥିଲା ବୋଲି ଜବାବରେ କହିଛନ୍ତି ଜେପି ନଡ୍ଡା ।

ଶ୍ରୀ ନଡ୍ଡା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯେତେବେଳେ ଦ୍ୱିତୀୟ ଲହର କରୋନା ମାମଲା ଶିଖରରେ ଥିଲା, ସେତେବେଳେ ଆପଣଙ୍କର ନେତାମାନେ ଉତ୍ତର ଭାରତରେ ରାଜନୈତିକ କାର୍ଯ୍ୟକ୍ରମ କରିଥିଲେ, ଯେଉଁଥିରେ ନେତାମାନେ ମାସ୍କ ପିନ୍ଧିଥିଲେ ଏବଂ ସାମାଜିକ ଦୂରତାକୁ ଅନୁସରଣ ମଧ୍ୟ କରିନଥିଲେ । ଜନସାଧାରଣ ସବୁକିଛି ଜାଣନ୍ତି । ଆପଣଙ୍କ ନେତାମାନେ ଦେଶରେ ଟିକା ପ୍ରତି ଦ୍ୱନ୍ଦ ବଢାଇଛନ୍ତି କିନ୍ତୁ ଟିକା ସମ୍ବନ୍ଧରେ ଦେଶରେ ପୂର୍ବରୁ ଏପରି କେବେ ହୋଇ ନଥିଲା । କରୋନା ମହାମାରୀର ଏହି ସଙ୍କଟରେ କଂଗ୍ରେସର ମନୋଭାବକୁ ନେଇ ସେ ଅତ୍ୟନ୍ତ ନିରାଶ ହୋଇଛନ୍ତି, କିନ୍ତୁ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି ବୋଲି ଚିଠିରେ ଲେଖିଛନ୍ତି ବଜେପି ଅଧ୍ୟକ୍ଷ ।

ଏଥି ସହିତ, ସେଣ୍ଟ୍ରାଲ ଭିଷ୍ଟା ନେଇ କଂଗ୍ରେସ ପାର୍ଟି ଦ୍ୱାରା କ୍ରମାଗତ ଭାବରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଉଥିବାବେଳେ ନଡ୍ଡା ଲେଖିଛନ୍ତି ଯେ, ବର୍ତ୍ତମାନ ସମସ୍ତ ଦୋଷ ସେଣ୍ଟ୍ରା ଭିଷ୍ଟା ଉପରେ ଲଦିଦେବା କଂଗ୍ରେସ ପାର୍ଟିରେ ଏକ ନୂଆ ଧାରା । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁପିଏ ଶାସନ କାଳରେ ନୂତନ ସଂସଦ ଗୃହର ଦାବି ହୋଇଥିଲାଏବଂ ବର୍ତ୍ତମାନ ସେମାନେ ହିଁ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ କରୋନା ସ୍ଥିତକୁ ନେଇ କଂଗ୍ରେସ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଛି । ନିକଟରେ ସୋନିଆ ଗାନ୍ଧୀ ମଧ୍ୟ ଏ ବାବଦରେ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+