ପିପିଲି ଉପନିର୍ବାଚନ : ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରିବ ବିଜେଡ଼ି
ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ିର ନୂଆ ରଣନୀତି । ଘରେ ଘରେ କରିବ 'ଶଙ୍ଖ' କାର୍ଯ୍ୟକ୍ରମ । ଲୋକଙ୍କ ନିକଟକୁ ଯାଇ କୋଭିଡ୍ ସଚାତନତା ବାର୍ତ୍ତା ଦେବା ସହ ଉପନିର୍ବାଚନ ପାଇଁ କରିବ ପ୍ରଚାର । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ବିଧାୟର ଉମାକାନ୍ତ ସାମନ୍ତରାୟ ।
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ିର ନୂଆ ରଣନୀତି । ଘରେ ଘରେ କରିବ 'ଶଙ୍ଖ' କାର୍ଯ୍ୟକ୍ରମ । ଲୋକଙ୍କ ନିକଟକୁ ଯାଇ କୋଭିଡ୍ ସଚାତନତା ବାର୍ତ୍ତା ଦେବା ସହ ଉପନିର୍ବାଚନ ପାଇଁ କରିବ ପ୍ରଚାର । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ବିଧାୟର ଉମାକାନ୍ତ ସାମନ୍ତରାୟ ।

ବିଜେଡ଼ି ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, "ଆମେ ପିପିଲି ଓ ଡେଲାଙ୍ଗର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରିବୁ । ସୀମିତ ମହିଳାଙ୍କୁ ନେଇ ଘରକୁ ଘର ଯାଇ କୋଭିଡ ସଚେତନ, ମାସ୍କ ଓ ସାନିଟାଇଜର ବାଣ୍ଟିବୁ । ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ଲୋକଙ୍କ ପାଖକୁ ଯିବେ । ଏଥିରେ 5 ରୁ ଅଧିକ ଲୋକ ସମାଗମ ହେବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି, ପ୍ରଥମେ ଜୀବନ ପରେ ନିର୍ବାଚନ । ସେ ନିଜେ ପିପିଲି ବିକାଶର ଦାୟିତ୍ୱ ନେଇଛନ୍ତି । ଗତଥର ଠାରୁ ଅଧିକ ଭୋଟରେ ବିଜେଡି ଜିତିବ । କୌଣସି ଦଳ ପ୍ରାର୍ଥୀ କିଛି ପ୍ରଭାବ ପକାଇ ପାରିବେ ନାହିଁ ।"












Click it and Unblock the Notifications