ଇରାନ ବିରୋଧରେ ଟ୍ରମ୍ପଙ୍କ ଭୟଙ୍କର ନିର୍ଦ୍ଦେଶ, ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି

ଇରାନ ବିରୋଧରେ ଟ୍ରମ୍ପଙ୍କ ଭୟଙ୍କର ନିର୍ଦ୍ଦେଶ । ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି । ଇରାନୀ ତେଲ ଟ୍ୟାଙ୍କର ଉପରେ ଆମେରିକାର ଚଢ଼ାଉ । ଇରାନରୁ ତେଲ ଚୋରା ଚାଲାଣ ରୋକିବାକୁ ଭାରତ ମହାସାଗରରେ ଆମେରିକା ସେନା ବଡ଼ ଧରଣର ଅପରେସନ କରିଛି । ଏହାର କିଛି ସମୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି । ଯଦି କୌଣସି ଇରାନୀ ଡଙ୍ଗା 'ହର୍ମୁଜ ପ୍ରଣାଳୀ'ରେ ବିସ୍ଫୋରକ ମାଇନ୍ ବିଛାଏ, ତେବେ ତାକୁ ତୁରନ୍ତ ଗୁଳି କରି ଉଡ଼ାଇ ଦେବାକୁ ଆମେରିକା ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ । ଭାରତ ମହାସାଗରରେ ବେଆଇନ ଭାବେ ଇରାନୀ ତେଲ ନେଇ ଯାଉଥିବା 'M/T Majestic X' ନାମକ ଏକ ଟ୍ୟାଙ୍କର ଉପରେ ଆମେରିକା ସେନା ଚଢ଼ାଉ କରିଛି । ହେଲିକପ୍ଟରରୁ ଦଉଡ଼ି ସହାୟତାରେ ସୈନ୍ୟମାନେ ଜାହାଜ ଉପରକୁ ଓହ୍ଲାଇଥିବାର ଭିଡିଓ ପେଣ୍ଟାଗନ ଜାରି କରିଛି ।

US President

ଏହା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସୁଟ ଆଣ୍ଡ କିଲ ନିର୍ଦ୍ଦେଶ ଦେଇଥିବା ପୋଷ୍ଟ କରିଛନ୍ତି । ବିଶ୍ୱର ପ୍ରାୟ ୨୦% ଅଶୋଧିତ ତେଲ 'ହର୍ମୁଜ ପ୍ରଣାଳୀ' ଦେଇ ଚଳାଚଳ କରିଥାଏ । ତେଣୁ ଏହି ପଥକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ନିଜର ବିଶେଷ ଜାହାଜ ମୁତୟନ କରିଛି । ଇରାନ ନିକଟରେ କିଛି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିବା ସହ ସେଗୁଡ଼ିକୁ ଜବତ କରିବାକୁ ଚେଷ୍ଟା କରିଥିଲା । ଏହାର ଜବାବରେ ଆମେରିକା ଏବେ ଇରାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ସାରା ବିଶ୍ୱରେ ଚୋରା ତେଲ ଚାଲାଣ କରୁଥିବା ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଛି । ଏହି ଉତ୍ତେଜନା ଯୋଗୁଁ ବିଶ୍ୱ ବଜାରରେ ତେଲ ଦର ବଢ଼ିବାର ଆଶଙ୍କା ରହିଛି । ଟ୍ରମ୍ପଙ୍କ ସୁଟ ଆଣ୍ଡ କିଲ ନିର୍ଦ୍ଦେଶ ପରେ ଆମେରିକା ଏବଂ ଇରାନ ମଧ୍ୟରେ ସିଧାସଳଖ ନୌସେନା ଯୁଦ୍ଧ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+