ପ୍ରଚଣ୍ଡ ଗରମ ଭିତରେ ଆଶ୍ବସ୍ତି ଆଣିବ କାଳବୈଶାଖୀ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ବର୍ଷା ଆଲର୍ଟ
ତତାଇବ ପୁଣି ବର୍ଷିବ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗରମ ଭିତରେ କିଛି ମାତ୍ରାରେ ଆଶ୍ବସ୍ତି ଆଣିବ କାଳବୈଶାଖୀ ବର୍ଷା । ପ୍ରବଳ ଗରମ ସହ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳ ଗରମ ସହ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଖୋର୍ଦ୍ଧା, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ଉପକୂଳ ଓଡ଼ିଶାରେ ଗରମ ସହ ବର୍ଷା ଘଡ଼ଘଡ଼ି ନେଇ ଚେତାବନୀ ଦିଆଯାଇଛି ।

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୫ତାରିଖ ଯାଏ ପ୍ରବଳ ତାତି ସହ କାଳବୈଶାଖୀ ଚେତାବନୀ ଜାରି ହୋଇଛି। ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା । ଅନ୍ୟପଟେ ରାଜଧାନୀରେ ଟାଇଁ ଟାଇଁ ଖରା । ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା । ଦିନ ୧ଟା ୩୦ ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଟ କରାଯାଇଛି । ପ୍ରବଳ ଖରାକୁ ନେଇ ହନ୍ତସନ୍ତ ରାଜଧାନୀବାସୀ ।












Click it and Unblock the Notifications